Jajpur
ଯାଜପୁର ରୋଡ୍ ରଗଡ଼ି ଜେଲ୍ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ। ଜେଲ୍ ପରିସରରେ ନିର୍ମାଣାଧୀନ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ସୂଚନା ଅନୁସାରେ ଆଜି ୧୧ ଟା ସମୟରେ ଜେଲ୍ ଭିତରେ ଥିବା ନିର୍ମାଣ ଧୀନ ଗୃହ ମଧ୍ୟରେ କଏଦୀ ଜଣଙ୍କ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ସୁରକ୍ଷା କର୍ମୀଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
Advertisment
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। କଏଦୀ ଜଣଙ୍କ ପୋକ୍ସୋ ଆକ୍ଟରେ ୪୯ ଦିନ ହେବ ବିଚାରଧୀନ ଭାବେ ରଗଡ଼ି ସବଜେଲରେ ଥିଲେ।
ମୃତ୍ୟୁ ବନ୍ଦୀଙ୍କ ନାଁ ବଳରାମ ବେହେରା ବୟସ ୨୯ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯାଜପୁର ରୋଡ଼ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆମ୍ଭ କରିଛି।
Advertisment
ରିପୋର୍ଟ – ଯାଜପୁରରୁ ଜନ୍ମେଜୟ ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
