Advertisment

ଟିପ୍ପର ଓଲଟିବା ଘଟଣା: ମୃତ୍ୟୁସଂଖ୍ୟା ୬କୁ ବଢ଼ିଲା, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

author-image
Hemant Lenka
Accident

Accident

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ହନ୍ତାଲଗୁଡ଼ା ଘାଟିରେ ଆଜି ସକାଳେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ ୬କୁ ବୃଦ୍ଧି ପାଇଛି। ଲୁହା ରଡ଼, ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଉ ୮ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଏବ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ମୃତାହତ ଶ୍ରମିକମାନେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର।

Advertisment

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ଲୋକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଲେଖାଏ ମିଳିବ। ସେହିପରି ଆହତମାନଙ୍କୁ ମାଗଣା ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳେ ଗୋଟିଏ ଟିପ୍ପର ଚିତ୍ରକୋଣ୍ଡାରୁ ୧୦ରୁ ଅଧିକ ଶ୍ରମିକଙ୍କୁ ଧରି ଯୋଡ଼ାମ୍ବ ଯାଉଥିଲା। ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିଲା। ତେବେ ହନ୍ତାଲଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।

Advertisment

ଫଳରେ ଘଟଣାସ୍ଥଳରେ ୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା। ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆହତଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି। କିନ୍ତୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଜଣେ ଶ୍ରମିକ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ହସ୍ପିଟାଲ ବେଡରେ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ଚିକିତ୍ସା ଏବେ ବି ଚାଲୁ ରହିଛି। 

Malkangiri Odisha Accident