କନ୍ଧମାଳରେ ଫୁଡ୍ ପଏଜନିଂରୁ ମୃତ୍ୟୁ ହୋଇଛି: ସରକାର

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ହଜାର ଟଙ୍କା ଓ ଚିକତ୍ସାଧୀନ ବ୍ୟକ୍ତିଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

Dead body

ପ୍ରତିକାତ୍ମକ ଚିତ୍ର

Ordigital Desk
  • Published: Saturday, 02 November 2024
  • Updated: 02 November 2024, 10:36 PM IST

କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆ ଖାଇ ୨ଜଣ ମହିଳାଙ୍କ ମୃତ୍ୟୁ ହେବା ଘଟଣାରେ ରାଜ୍ୟ ସରକାର ମୁହଁ ଖୋଲିଛନ୍ତି । ଫୁଡପଏଜନିଂ କାରଣରୁ ସେମାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହି ବ୍ୟକ୍ତିମାନେ ନିଜର ନିୟମିତ ଖାଦ୍ୟ ଭାବେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ, ଆଉ ଫୁଡ ପଏଜନିଂ କାରଣରୁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଜିଲ୍ଲା ପ୍ରଶାସନ ଓ ଡାକ୍ତରୀ ଦଳ ଯାଂଚ ପରେ ରିପୋର୍ଟ ଦେଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ହଜାର ଟଙ୍କା ଓ ଚିକତ୍ସାଧୀନ ବ୍ୟକ୍ତିଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ ଅନୁସାରେ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଡାକ୍ତରୀ ଦଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନଭେମ୍ବର ୧ ତାରିଖ ସକାଳୁ ସେହି ଗାଁକୁ ଯାଇ ତଦନ୍ତ ଓ ତର୍ଜମା କରିଥିଲେ । ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ସେଠାରେ ରମିତା ପାଟମାଝୀ ଓ ରୁନୁ ମାଝୀଙ୍କ ମୃତ୍ୟୁ ହୋଇଛି । ଏବେ ଅନ୍ୟ ୬ଜଣ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଆକ୍ରାନ୍ତ ପରିବାର ସମେତ ଏହି ଗାଁର ସମସ୍ତ ୬୯ଟି ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଚାଉଳ ପାଉଛନ୍ତି । ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୃତକଙ୍କ ପରିବାର ସହିତ ଗାଁର ସମସ୍ତେ ପାଇଛନ୍ତି । ଅକ୍ଟୋବର,ନଭେମ୍ବର ଓ ଡିସେମ୍ବର ମାସ ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଣ ଚାଲୁ ରହିଛି । ସମସ୍ତ ରିଟେଲରଙ୍କୁ ମଧ୍ୟ ହିତାଧିକାରୀମାନଙ୍କୁ ଚାଉଳ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

Also Read

ଏହାବ୍ୟତୀତ ଆକ୍ରାନ୍ତ ପରିବାରଙ୍କୁ ପୂର୍ବରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ମାଣ୍ଡିପଙ୍କା ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏହି ଗାଁକୁ ଆଶାକର୍ମୀ ଓ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ନିୟମିତ ପରିଦର୍ଶନ କରି ଲୋକଙ୍କୁ ସ୍ୱାସ୍ଥ୍ୟରକ୍ଷା ନେଇ ସଚେତନ କରିଥାନ୍ତି । ଭବିଷ୍ୟତରେ ଯେପରି ଏହିପରି ଅଭାବନୀୟ ଘଟଣା ନଘଟେ, ସେଥିପାଇଁ ସୂଚନା,ଶିକ୍ଷା ଓ ସଂଚାର ଅଭିଯାନ ଦ୍ୱାରା ଉକ୍ତ ଅଂଚଳରେ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ ଟିମ୍ ଦ୍ୱାରା ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story