dead deer
ଖାଦ୍ୟ ଅନ୍ୱେଷଣରେ ପାଖ ଜଙ୍ଗଲରୁ ଗାଁମୁହାଁ ହୋଇଥିଲା ହରିଣ । ମାତ୍ର ହରିଣଟିକୁ ଘେରିଗଲେ କୁକୁର ପଲ। ଆଉ କୁକୁରଙ୍କ ସଂଘବଦ୍ଧ ଆକ୍ରମଣରେ ଆଖି ବୁଜିଲା ହରିଣ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଆଲୁଅଝରଣ ଗାଁ ନିକଟରେ ଘଟିଛି।
Advertisment
ଆଜି ଏକ ହରିଣ ଖାଦ୍ୟ ସନ୍ଧାନରେ ଆଲୁଅଝରଣ ଗାଁମୁହାଁ ହୋଇଥିଲା। ହରିଣକୁ ଦେଖି କୁକୁରପଲ ତାକୁ ଗୋଡ଼ାଇଥିଲେ। ଏହାପରେ ସେମାନେ ହରିଣଟିକୁ ଘେରି ଯାଇଥିବା ବେଳେ ମିଳିତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହରିଣଟିର ମୃତ୍ୟୁ ହୋଇଥିଲା।
ଖବର ପାଇ ବନବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ମୃତ ହରିଣ କୁ ଜବତ କରି ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି। ମୃତ୍ ହରିଣଟି ଅଣ୍ଡିରା ହରିଣ ହୋଇଥିବା ବେଳେ ତାହାର ବୟସ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ନେଇ ବନବିଭାଗ ତରଫରୁ ସୂଚନା ମିଳିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
