Advertisment

ଇଟାୱାରେ ପୁଣି ଅଘଟଣ; ଜଳିଲା ସୁପରଫାଷ୍ଟ ଏକ୍ସପ୍ରେସ, ୧୯ ଆହତ

ରାତି ପ୍ରାୟ ଅଢେଇଟାରେ ପ୍ରଥମେ ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍‌ ନିକଟ S6 ବଗିରେ ନିଆଁ ଲାଗି ଯାଇଥିଲା। ନିଆଁ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣ ବଗିକୁ ମାଡ଼ି ଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

author-image
Niharika Rout
Train`

Train

ଗତକାଲି ରାତିରେ ଉତ୍ତରପ୍ରଦେଶର ଇଟାୱାଠାରେ ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଘଟିଛି ସମାନ ଘଟଣା।  ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ- ସାହାରସା ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗି  ୧୯ ଯାତ୍ରୀ ଆହତ ହୋଇଛନ୍ତି ।

Advertisment

ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସାହରସା ଅଭିମୁଖେ ଯାତ୍ରା କରୁଥିଲା। ରାତି ପ୍ରାୟ ଅଢେଇଟାରେ ପ୍ରଥମେ ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍‌ ନିକଟ S6 ବଗିରେ ନିଆଁ ଲାଗି ଯାଇଥିଲା। ନିଆଁ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣ ବଗିକୁ ମାଡ଼ି ଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

ତେବେ ଏହି ଅଗ୍ନିକାଣ୍ଡରେ ସମୁଦାୟ ୧୯ ଜଣ ଆହତ ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ୮ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଥିବା ରେଳବାଇର ବରିଷ୍ଠ ଅଧିକାରୀ ଉଦୟ ଶଙ୍କର ସୂଚନା ଦେଇଛନ୍ତି। ଗତ ରାତିକ ମଧ୍ୟରେ ଇଟାୱାରେ ଏହା ଦ୍ୱିତୀୟ ଘଟଣା। ।

ଗତ ରାତିରେ ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ ଉତ୍ତର ପ୍ରଦେଶର ଇଟାୱା ଅତିକ୍ରମ କରୁଥିବା ବେଳେ ସେଥିରେ ଭୟଙ୍କର ନିଆଁ ଲାଗିଥିଲା। ଫଳରେ ସୁପରଫାଷ୍ଟ ଏକ୍ସପ୍ରେସର ଗୋଟିଏ ଯାତ୍ରୀବାହୀ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମାତ୍ର ବଗିରୁ ସମସ୍ତ ଯାତ୍ରୀ ତଳକୁ ଡେଇଁ ପଡ଼ିବାରୁ କେହି ମୃତାହତ ହୋଇ ନ ଥିଲେ।

Uttar Pradesh Train Accident Fire Accident