ଦିଲ୍ଲୀ ସରକାରୀ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଯାଇଛି। କେବଳ ଜୀବନ ନେଇ ନାହିଁ ତ, ଏ ଦୁର୍ଘଟଣା ଆଖିରୁ ପଲକ ଖସାଇଦେବା ପରି! ଦ୍ରୁତ ଗତିରେ ଆସି ଏକ ବସ୍ ଅନ୍ୟ କାର୍ ଏବଂ ବାଇକଗୁଡିକୁ ଧକ୍କା ଦେଇ ଜଣେ ଲୋକଙ୍କୁ ଚକା ତଳେ ଚାପି ଦେବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଦିଲ୍ଲୀର ଅବନ୍ତିକା ବିଶ୍ରାମ ଚୌକ୍ ନିକଟରେ ଆଜି ଦିନ ପ୍ରାୟ 2.45 ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଭିଡିଓରେ ଇଲେକ୍ଟ୍ରିକ୍ ବସ୍ ଏକ କାର୍, ଇ-ରିକ୍ସା ଏବଂ ବାଇକକୁ ଧକ୍କା ଦେଇ ଘୋଷାଡି ନେଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଚକା ତଳେ ଜଣେ ବ୍ୟକ୍ତିଙ୍କୁ ଚାପି ଦେବା ପରେ ଏକ ଘର ସମ୍ମୁଖରେ ପାର୍କିଂ ହୋଇଥିବା ଏକାଧିକ ସାଇକେଲ୍ ଓ ବାଇକ୍ ଉପରେ ମଧ୍ୟ ମାଡି ଯାଇଛି ବସ୍।
#WATCH | One person died after being hit by a DTC bus in Delhi's Rohini area. Further investigation is underway: Delhi Police
— ANI (@ANI) November 4, 2023
(CCTV visuals confirmed by police) pic.twitter.com/Bt1ipo9GYr
ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡ୍ରାଇଭରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।
ରାଜଧାନୀ ଦିଲ୍ଲୀରେ ସରକାରୀ ବସ୍ ଡ୍ରାଇଭରଙ୍କ ଏପରି ବେପରୁଆ ବସ୍ ଚାଳନା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି। ଗତ ମାସ ମଧ୍ୟ ଦିଲ୍ଲୀର ଆଉ ଏକ ଡିଟିସି(ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ୍) ବସ୍ ଦୁର୍ଘଟଣା ଘଟାଇଥିଲା। ଦୁଇଟି ଇ-ରିକ୍ସାକୁ ଧକ୍କା ଦେବା ଫଳରେ ଜଣେ 36 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ ମଧ୍ୟ ପରେ ପୁଲିସ ତାଙ୍କୁ ଧରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।