Advertisment

କାର୍-ରିକ୍ସା-ବାଇକକୁ ଧକ୍କା ଦେଇ ଜଣଙ୍କ ଉପରେ ମାଡିଗଲା ବସ୍, ସିସିଟିଭିରେ ଦୃଶ୍ୟ କଏଦ

ରାଜଧାନୀ ଦିଲ୍ଲୀରେ ସରକାରୀ ବସ୍ ଡ୍ରାଇଭରଙ୍କ ଏପରି ବେପରୁଆ ବସ୍ ଚାଳନା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି। ବାରମ୍ବାର ଭୟଙ୍କର ଦୁର୍ଘଟଣା ଘଟାଉଥନ୍ତି ଡିଟିସି ବସ୍ ଡ୍ରାଇଭର୍...

ଅଦ୍ୟତନ ହୋଇଛି
CCTV footage

CCTV footage

Advertisment

ଦିଲ୍ଲୀ ସରକାରୀ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଯାଇଛି। କେବଳ ଜୀବନ ନେଇ ନାହିଁ ତ, ଏ ଦୁର୍ଘଟଣା ଆଖିରୁ ପଲକ ଖସାଇଦେବା ପରି! ଦ୍ରୁତ ଗତିରେ ଆସି ଏକ ବସ୍ ଅନ୍ୟ କାର୍ ଏବଂ ବାଇକଗୁଡିକୁ ଧକ୍କା ଦେଇ ଜଣେ ଲୋକଙ୍କୁ ଚକା ତଳେ ଚାପି ଦେବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। 

Advertisment

ଦିଲ୍ଲୀର ଅବନ୍ତିକା ବିଶ୍ରାମ ଚୌକ୍ ନିକଟରେ ଆଜି ଦିନ ପ୍ରାୟ 2.45 ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଭିଡିଓରେ ଇଲେକ୍ଟ୍ରିକ୍ ବସ୍ ଏକ କାର୍, ଇ-ରିକ୍ସା ଏବଂ ବାଇକକୁ ଧକ୍କା ଦେଇ ଘୋଷାଡି ନେଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଚକା ତଳେ ଜଣେ ବ୍ୟକ୍ତିଙ୍କୁ ଚାପି ଦେବା ପରେ ଏକ ଘର ସମ୍ମୁଖରେ ପାର୍କିଂ ହୋଇଥିବା ଏକାଧିକ ସାଇକେଲ୍ ଓ ବାଇକ୍ ଉପରେ ମଧ୍ୟ ମାଡି ଯାଇଛି ବସ୍। 

Advertisment

ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡ୍ରାଇଭରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। 

ରାଜଧାନୀ ଦିଲ୍ଲୀରେ ସରକାରୀ ବସ୍ ଡ୍ରାଇଭରଙ୍କ ଏପରି ବେପରୁଆ ବସ୍ ଚାଳନା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି। ଗତ ମାସ ମଧ୍ୟ ଦିଲ୍ଲୀର ଆଉ ଏକ ଡିଟିସି(ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ୍) ବସ୍ ଦୁର୍ଘଟଣା ଘଟାଇଥିଲା। ଦୁଇଟି ଇ-ରିକ୍ସାକୁ ଧକ୍କା ଦେବା ଫଳରେ ଜଣେ 36 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ ମଧ୍ୟ ପରେ ପୁଲିସ ତାଙ୍କୁ ଧରିଥିଲା।

Viral Video Delhi Bus Accident Delhi Transport Corporation Accident Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe