Advertisment

କାର୍‌ରେ ପିଟି ହେଲା କାର୍‌; ଡ୍ରାଇଭରଙ୍କ ମୁଣ୍ଡ ଛିଣ୍ଡିଗଲା, ସିଟ୍‌ରେ ଥିଲା କେବଳ ଶରୀର

ଦୁଇ କାର୍‌ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଏକ କାର୍‌ ଚାଳକଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇ ଯାଇଛି। ଚାଳକଙ୍କ ଶରୀର ଡ୍ରାଇଭିଂ ସିଟ୍‌ରେ ପଡ଼ିଥିବା ବେଳେ ମୁଣ୍ଡ ଛିଣ୍ଡି ଅଲଗା ହୋଇ ଯାଇଛି ।

Accident

Accident

Advertisment

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଦୁଇ କାର୍‌ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଏକ କାର୍‌ ଚାଳକଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇ ଯାଇଛି। ଚାଳକଙ୍କ ଶରୀର ଡ୍ରାଇଭିଂ ସିଟ୍‌ରେ ପଡ଼ିଥିବା ବେଳେ ମୁଣ୍ଡ ଛିଣ୍ଡି ଅଲଗା ହୋଇ ଯାଇଛି ।

Advertisment

ମୃତକ ୨୭ ବର୍ଷୀୟ ବଂଶ ଜାଁଲି ବୋଲି ଜଣାଯାଇଛି। ବଂଶ ଏକ କମ୍ପାନୀରେ ଜଣେ ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲେ। ଘରେ କେବଳ ତାଙ୍କ ମା’ ଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ପଶ୍ଚିମ ଦିଲ୍ଲୀର କିର୍ତ୍ତି ନଗର ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ପ୍ରଥମେ ଦ୍ରୁତ ଗତିରେ ଆସୁଥିବା ବଂଶଙ୍କ କାର୍‌ ଡିଭାଇଡରରେ ପିଟି ହୋଇ ଅନ୍ୟ ଏକ କାର୍‌କୁ ଧକ୍କା ଦେଲା। ଏହି ଧକ୍କା ଏତେ ଜୋରରେ ଥିଲା ଯେ, ଏହାପରେ କାର୍‌ଟି ଉପରକୁ ଉଠିଯାଇ ରାସ୍ତାର ଅପର ପାର୍ଶ୍ୱରେ ଛିଟିକି ପଡ଼ିଲା।

Advertisment

ସ୍ଥାନୀୟ ଲୋକେ ତୁରନ୍ତ କାର୍‌ ନିକଟରେ ପହଞ୍ଚିବା ବେଳେ କାର୍‌ ଭିତରେ ବଂଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଥିବା ବେଳେ ତାଙ୍କ ମୁଣ୍ଡ ଅଲଗା ହୋଇ ସାରିଥିଲା। ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଂଶଙ୍କ କାର୍‌ ସହ ପିଟି ହୋଇଥିବା ଅନ୍ୟ ଏକ କାର୍‌ର ଚାଳକ ଆହତ ହୋଇଥିବା ବେଳେ ତାଙ୍କ ଜୀବନ ରକ୍ଷା ହୋଇ ଯାଇଥିବା ଜଣାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ରୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Road Accident Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe