Advertisment

ସ୍କୁଟରକୁ ଧକ୍କା ଦେଲା ମର୍ସିଡିଜ୍ କାର୍; ବୃଦ୍ଧ ମୃତ; 4 ବର୍ଷର ଝିଅ ଗୁରୁତର

ମର୍ସିଡିଜ୍ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Accident Spot

Accident Spot

ଦିଲ୍ଲୀର ଏକ ମର୍ସିଡିଜ୍ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି 60 ବର୍ଷୀୟ ଅରୁଣ କୁମାର।

Advertisment

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକା ସେକ୍ଟର 17ରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ଅରୁଣ କୁମାରଙ୍କ ସ୍କୁଟରକୁ ଏକ ମର୍ସିଡିଜ୍ କାର୍ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। 

ଡାକ୍ତରଙ୍କ କହିବା ଅନୁସାରେ, ଚାରି ବର୍ଷର ଝିଅର ଅବସ୍ତା ସଙ୍କଟାପନ୍ନ ରହିଛି। ସେପଟେ ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଖବର ପାଇ ତଦନ୍ତ ଆରମ୍ଭ କରିଛି ପୁଲିସ। 

Advertisment
Mercedes Hits Scooter Delhi Accident Accident