Advertisment

ବସ୍‌- କାର୍‌ ଧକ୍କାରେ ଚାଲିଗଲା ୫ ଜୀବନ, ନାବାଳକ ଗୁରୁତର

ଏକ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକ ଗୁରୁତର ହୋଇ ପଡ଼ିଛି।

author-image
Niharika Rout
Accident

Accident

ଦିଲ୍ଲୀ-ମେରଠ ଏକ୍ସପ୍ରେସ ହାଇୱେ ଉପରେ ଆଜି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକ ଗୁରୁତର ହୋଇ ପଡ଼ିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ୯ ନଂ ଜାତୀୟ ରାଜପଥର ଲାଲକୁଆଁ ରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ରାହୁଲ ବିହାର ସାମନାରେ ହୋଇଛି। ଖବର ପାଇ ପୁଲିସ୍‌ ଓ ଡିଏମ୍‌ଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କରିଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଚାପି ହୋଇ ଯାଇଥିବାରୁ ମୃତଦେହଗୁଡ଼ିକୁ କାର୍‌ରୁ ବାହାର କରିବା ପୁଲିସ୍‌ ପାଇଁ କାଠିକର ପାଠ ହୋଇଥିଲା। ଗ୍ୟାସ୍‌ କଟକ ସହାୟତାରେ କାର୍‌କୁ କାଟି ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରାସ୍ତା ଉପରେ ଦୀର୍ଘ ସମୟ ଗାଡ଼ି ପଡ଼ିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।

Advertisment

 ଏହି ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନି ।

Accident Delhi