ଟ୍ରକ୍ ଧକ୍କାରେ ଦିଲ୍ଲୀ ପୁଲିସ୍ ବିଭାଗରେ କାର୍ଯ୍ୟରତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ। ଦିଲ୍ଲୀର ପଞ୍ଜାବି ବାଗ୍ ଅଞ୍ଚଳ ମଦିପୁର ମେଟ୍ରୋ ଷ୍ଟେସନ ନିକଟ ରୋହତକ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ କାର୍ ରଖି ନିକଟରେ ଛିଡା ହୋଇଥିବା ସମୟରେ ଟ୍ରକ୍ ଧକ୍କା ଦେଇଛି।
ମୃତ ବ୍ୟକ୍ତି ଜଣଙ୍କ ଦିଲ୍ଲୀ ପୁଲିସ ବିଭାଗର ଇନ୍ସପେକ୍ଟର ଜଗବୀର ସିଂ ବୋଲି ଜଣା ପଡିଛି। ପଶ୍ଚିମାଞ୍ଚଳ ଡେପୁଟି କମିଶନର ଅଫ୍ ପୁଲିସ୍ ବିଚିତ୍ର ବୀର କହିଛନ୍ତି ଯେ, ଆଜି ସକାଳ ସମୟରେ ରୋହତକ ରୋଡରେ(ମଦିପୁର ମେଟ୍ରୋ ଷ୍ଟେସନ ନିକଟରେ) ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଏକ କାରକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ।
Delhi | A Delhi Police inspector died after his car was hit by a truck from behind on Rohtak Road, near Madipur metro station. The car had stopped due to some mechanical problem and the deceased was standing outside when his car was hit by the truck. The deceased has been… pic.twitter.com/qDE5aLHP4x
— ANI (@ANI) July 30, 2023
କିଛି ଯାନ୍ତ୍ରିକ ସମସ୍ୟା ସମସ୍ୟା କାରଣରୁ କାରଟି ଛିଡା ହୋଇଥିବା ସମୟରେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା। ନିକଟରେ ଛିଡା ହୋଇଥିବା କାର୍ ଡ୍ରାଇଭରଙ୍କୁ ମଧ୍ୟ ଟ୍ରକ୍ ଧକ୍କା ଦେଇଥିଲା, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ କାର୍ ଡ୍ରାଇଭର୍ ଦିଲ୍ଲୀ ପୁଲିସର ଇନସ୍ପେକ୍ଟର ବୋଲି ଜଣାପଡିଛି। ମୃତ ଇନ୍ସପେକ୍ଟର ଜଗବୀର 1994 ରେ ଦିଲ୍ଲୀ ପୋଲିସରେ ଯୋଗ ଦେଇଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଫେରାର୍ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।