Advertisment

ସଡକ ଦୁର୍ଘଟଣାରେ ଦିଲ୍ଲୀ ପୁଲିସ କର୍ମଚାରୀ ମୃତ

ସଡକ ଦୁର୍ଘଟଣାରେ ଚାଲିଯାଇଛି ଦିଲ୍ଲୀ ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ଜଣେ ଇନ୍ସପେକ୍ଟରଙ୍କ ଜୀବନ।

ଅଦ୍ୟତନ ହୋଇଛି
Accident

Accident

Advertisment

ଟ୍ରକ୍ ଧକ୍କାରେ ଦିଲ୍ଲୀ ପୁଲିସ୍ ବିଭାଗରେ କାର୍ଯ୍ୟରତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ।  ଦିଲ୍ଲୀର ପଞ୍ଜାବି ବାଗ୍ ଅଞ୍ଚଳ ମଦିପୁର ମେଟ୍ରୋ ଷ୍ଟେସନ ନିକଟ ରୋହତକ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ କାର୍ ରଖି ନିକଟରେ ଛିଡା ହୋଇଥିବା ସମୟରେ ଟ୍ରକ୍ ଧକ୍କା ଦେଇଛି।

Advertisment

ମୃତ ବ୍ୟକ୍ତି ଜଣଙ୍କ ଦିଲ୍ଲୀ ପୁଲିସ ବିଭାଗର ଇନ୍ସପେକ୍ଟର ଜଗବୀର ସିଂ ବୋଲି ଜଣା ପଡିଛି। ପଶ୍ଚିମାଞ୍ଚଳ ଡେପୁଟି କମିଶନର ଅଫ୍ ପୁଲିସ୍ ବିଚିତ୍ର ବୀର କହିଛନ୍ତି ଯେ, ଆଜି ସକାଳ ସମୟରେ ରୋହତକ ରୋଡରେ(ମଦିପୁର ମେଟ୍ରୋ ଷ୍ଟେସନ ନିକଟରେ) ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଏକ କାରକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ।

Advertisment

କିଛି ଯାନ୍ତ୍ରିକ ସମସ୍ୟା ସମସ୍ୟା କାରଣରୁ କାରଟି ଛିଡା ହୋଇଥିବା ସମୟରେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା। ନିକଟରେ ଛିଡା ହୋଇଥିବା କାର୍ ଡ୍ରାଇଭରଙ୍କୁ ମଧ୍ୟ ଟ୍ରକ୍ ଧକ୍କା ଦେଇଥିଲା, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ କାର୍ ଡ୍ରାଇଭର୍ ଦିଲ୍ଲୀ ପୁଲିସର ଇନସ୍ପେକ୍ଟର ବୋଲି ଜଣାପଡିଛି। ମୃତ ଇନ୍ସପେକ୍ଟର ଜଗବୀର 1994 ରେ ଦିଲ୍ଲୀ ପୋଲିସରେ ଯୋଗ ଦେଇଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଫେରାର୍ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Accident News National News Delhi News Delhi Police Inspector Dies In Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe