Advertisment

କାର୍‌କୁ ପିଟିଲା ଟ୍ରକ୍‌, ଆଖି ବୁଜିଲେ ଦୁଇ ପୁଲିସ୍‌ ଇନ୍ସପେକ୍ଟର

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବି ରାତିରେ ରାଜଧାନୀ ଦିଲ୍ଲୀରେ ଘଟିଛି।

Accident

Accident

Advertisment

ଭୟଙ୍କର ରାସ୍ତା ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇ ପୁଲିସ୍‌ ଇନ୍ସପେକ୍ଟରଙ୍କ ଜୀବନ । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ଘଟଣାସ୍ଥଳରେ ହିଁ ଦୁହେଁ ଆଖି ବୁଜିଲେ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବି ରାତିରେ ରାଜଧାନୀ ଦିଲ୍ଲୀରେ ଘଟିଛି। ମୃତକଦ୍ୱୟ ହେଲେ ଇନ୍ସପେକ୍ଟର ଦିନେଶ ବେନିୱାଲ ଓ ଇନ୍ସପେକ୍ଟର ରଣବୀର । ଉଭୟ ଦିଲ୍ଲୀ ପୁଲିସ୍‌ରେ କାମ କରୁଥିବା ଜଣାଯାଇଛି।

Advertisment

ଗତ ରାତିରେ ଉଭୟ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ଏକ କାର୍‌ରେ ଯାଉଥିଲେ। ମାତ୍ର ଗାଡ଼ିଟି ସୋନିପଥର କୁଣ୍ଡଳୀ ବର୍ଡର ନିକଟରେ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ  ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ତୀବ୍ର ଥିଲା ଯେ, ଘଟଣାସ୍ଥଳରେ ପୁଲିସ୍‌ ଗାଡ଼ି ଚୁରମାର ହୋଇ ଯାଇଥିଲା। ଏଥିସହ ଘଟଣାସ୍ଥଳରେ ହିଁ ଦୁଇ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଅନ୍ୟ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଏହି ଦୁର୍ଘଟଣା ପଛର କାରଣ ତଦନ୍ତ କରୁଥିବା ବେଳେ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି।

Advertisment
Delhi Road Accident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe