Advertisment

ଝାଡ଼ାବାନ୍ତିରେ ରାଉରକେଲାରେ ଆଉ ଜଣେ ମୃତ, ୫କୁ ବଢ଼ିଲା ମୃତ୍ୟୁ ସଂଖ୍ୟା

୩ ଦିନ ମଧ୍ୟରେ ସହରରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି।

ଅଦ୍ୟତନ ହୋଇଛି
Hospital

Hospital

Advertisment

ରାଉରକେଲା ସହରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣେ ବୃଦ୍ଧ। ଏହା ସହିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ୩ ଦିନ ମଧ୍ୟରେ ସହରରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି।

Advertisment

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌)ରେ ଏବେ ୧୧୬ ଜଣ ଚିକିତ୍ସାଧୀନ ଅଛନ୍ତି। କିଛି ଲୋକ ଭଲ ହୋଇ ଘରକୁ ଫେରିଥିବା ବେଳେ ନୂଆ ରୋଗୀ ଭର୍ତ୍ତି ହେଉଥିବାରୁ ଚିନ୍ତା ବଢ଼ିଛି।

ଗତ ୧୦ ତାରିଖରୁ ସହରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ୧୦୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏହି ସଂଖ୍ୟା ୧୧୬କୁ ବୃଦ୍ଧି ପାଇଥିବା ଆଜି ସୂଚନା ମିଳିଛି। ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯିବା ସହ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। 

Advertisment

ପୂରା ସହରରେ ୫ଟି ସ୍ଥାନ ମୁଖ୍ୟତଃ ହଟ୍ ସ୍ପଟ୍ ପାଲଟିଛି। ସେଥିରେ ଡେଲି ମାର୍କେଟ, ନାଲାରୋଡ, କିସାନଟୋଲା, ଉଦିତ ନଗର ଭଳି ସ୍ଥାନ ରହିଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ରାପିଡ ରେସପନ୍ସ ଟିମ୍ ଗଠନ କରାଯାଇଛି।  ଟିମ୍‌ ଗୁଡ଼ିକ ହଟ୍ ସ୍ପଟ୍ ସ୍ଥାନ ବୁଲିବା ସହ ସହରର ବିଭିନ୍ନ ଅଞ୍ଚଳରେ ମେଡିସିନ ଓ ରୋଗୀ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଅଧିକ ଗୁରୁତର ହେଲେ ହସ୍ପିଟାଲରେ ମଧ୍ୟ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। RMC ଟିମ୍ ସଂଗ୍ରହ କରିଥିବା ପାଣି ଓ ଖାଦ୍ୟ ନମୁନା ରିପୋର୍ଟ ମଧ୍ୟ ଆସିଛି । କିନ୍ତୁ ସେଥିରୁ କିଛି କାରଣ ଏଯାଏଁ ଜଣା ପଡିନାହିଁ।

Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe