Advertisment

ବାପା ଆଖି ଆଗରୁ ବଢ଼ିଲା ପୁଅକୁ ନେଇଗଲା ଝାଡ଼ାବାନ୍ତି!

ଆଖି ଆଗରେ ବଢ଼ିଲା ଚାଲିଯିବା ପରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। କେତେ ଆଶା ନେଇ ପୁଅକୁ ଇଞ୍ଜିନିୟରିଂ ପଢ଼ାଉଥିଲେ। ଭାବିଥିଲେ ପୁଅ ବଡ଼ ହେଲେ ବାର୍ଦ୍ଧକ୍ୟରେ ଆଶ୍ରାବାଡ଼ି ହେବ। ହେଲେ ବାପା ମାଆଙ୍କ ଏହି ଖୁସିକୁ ସହ୍ୟ କରିପାରିଲାନି ଦଇବ!

RKL

RKL

Advertisment

ପୁଅ ଇଞ୍ଜିନିୟରିଂ ପଢ଼ୁଥିଲା। ଚାକିରି କରି ଭଲ ରୋଜଗାର ମଧ୍ୟ କରୁଥିଲା। ହେଲେ ଅମାନିଆ ଝାଡ଼ାବାନ୍ତି କିଛି ମାନିଲା ନାହିଁ। ବାପାଙ୍କ ଆଖି ଆଗରୁ ବଢ଼ିଲା ପୁଅକୁ ନେଇଗଲା। ୭ ଦିନରୁ ଅଧିକ ସମୟ ଧରି ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସଂଘର୍ଷ କରି ହାରିଗଲେ ରାଉରକେଲାର ଇଞ୍ଜନିୟରିଂ ଛାତ୍ର ସୁବୋଧ ଟପ୍ପୋ।

Advertisment

କୁଆଁରମୁଣ୍ଡା ବ୍ଲକ ଜଲଙ୍ଗବିରା ପଞ୍ଚାୟତ ଡାଏର୍ଟୋଲୀ ବସ୍ତିର ସୁବୋଧ ଟପ୍ପୋ ରାଉରକେଲାରେ ରହି ଡିପ୍ଲୋମା ଇଞ୍ଜିନିୟରିଂ ପଢ଼ୁଥିଲେ। ଏଥିସହ ଏକ ପ୍ଲାଣ୍ଟରେ ଚାକିରି କରୁଥିଲେ। ବାପାଙ୍କ ସହିତ ସେ ବାଲୁଘାଟ ଅଞ୍ଚଳରେ ରହୁଥିଲେ। ଗତ ବୁଧବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ସୁବୋଧ। ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା IGHକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ଗତ ଗୁରୁବାର ସୁବୋଧଙ୍କ ମୃତ୍ୟୁ ଘଟିଥିଲା। ସରକାରୀ ପାଣି ପିଇ ସୁବୋଧ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଖି ଆଗରେ ବଢ଼ିଲା ଚାଲିଯିବା ପରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। କେତେ ଆଶା ନେଇ ପୁଅକୁ ଇଞ୍ଜିନିୟରିଂ ପଢ଼ାଉଥିଲେ। ଭାବିଥିଲେ ପୁଅ ବଡ଼ ହେଲେ ବାର୍ଦ୍ଧକ୍ୟରେ ଆଶ୍ରାବାଡ଼ି ହେବ। ହେଲେ ବାପା ମାଆଙ୍କ ଏହି ଖୁସିକୁ ସହ୍ୟ କରିପାରିଲାନି ଦଇବ! ଅବେଳରେ ବଢ଼ିଲା ପୁଅକୁ ନେଇଗଲେ। ପୁଅର ମୃତ୍ୟୁ ପରେ କେବଳ ଲୋତକ ଗଡ଼ାଉଛନ୍ତି ପରିବାର ଲୋକ।

Advertisment

ରିପୋର୍ଟ- ବୀରମିତ୍ରପୁରରୁ ରାକେଶ କୁମାର ସାହୁ

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe