Advertisment

କାଶୀପୁରରେ ବ୍ୟାପୁଛି ଡିପ୍‌ଥେରିଆ; ଏହି ରୋଗ କ’ଣ?

ପୁଣି ଥରେ ଚର୍ଚ୍ଚାରେ କାଶୀପୁର। ଏଥର ଆମ୍ୱ ଟାକୁଆ ନୁହେଁ, ଡିପଥେରିଆ ନେଉଛି କୋମଳମତି ଶିଶୁଙ୍କ ଜୀବନ। ଡଙ୍ଗାସିଲ ପଞ୍ଚାୟତ ମୁନୁଶିପଦର ଗାଁରେ ସପ୍ତାହରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଡିପଥେରିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

author-image
Manoranjan Sial
Diphtheria

Diphtheria

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କାଶୀପୁରରେ ବ୍ୟାପୁଛି ଡିପ୍‌ଥେରିଆ ରୋଗ। ଏହି ରୋଗରେ ଗଲାଣି ୫ ଜୀବନ। ଆଉ ୧୫ ଅଧିକ ଆକ୍ରାନ୍ତ ହୋଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଡିପ୍‌ଥେରିଆ ରୋଗ କଣ? ଡିପ୍‌ଥେରିଆ ଜୀବାଣୁ ଜନିତ ରୋଗ। ଏହି ରୋଗରେ ସାଧାରଣତଃ ଶିଶୁମାନେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି। ରୋଗର ସାଧାରଣ ଲକ୍ଷଣ ହେଉଛି, ପ୍ରଥମେ ଗଳାରେ ଯନ୍ତ୍ରଣା ହେଉଛି। କିଛି ସମୟ ପରେ ଗଳି ଫୁଲି ଯାଇ ଜ୍ୱର ହେଉଛି। ଗଳି ଫୁଲିଗଲେ ନିଶ୍ୱାସ ନେଇପାରିବେ ନାହିଁ। ଫଳରେ କିଛି ଖାଦ୍ୟ ଖାଇ ନପାରି ମୃତ୍ୟୁ ମୁଖରେ ପଢୁଛନ୍ତି। ଇଏ ହେଉଛି ଡିପ୍‌ଥେରିଆ ରୋଗର ଲକ୍ଷଣ।

Advertisment

କାଶୀପୁରରେ ବ୍ୟାପୁଥିବା ଡିପ୍‌ଥେରିଆ ରୋଗକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି। ୫ ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଛି। କାହିଁକି ଡିପ୍‌ଥେରିଆ ବ୍ୟାପିଛି, ତାହା ତଦନ୍ତରୁ ଜଣାପଡ଼ିବ। ସେଥିପାଇଁ ସଂକ୍ରମଣ ରୋକିବାକୁ WHO ଗାଇଡ୍‌ଲାଇନ୍‌ ଅନୁସାରେ ପଦକ୍ଷେପ ନିଆଯାଉଛି। ରାୟଗଡ଼ା ଓ କଳାହାଣ୍ଡି CDMOଙ୍କ ନେତୃତ୍ୱରେ ଟିମ୍‌ ସଂକ୍ରମିତ ଗାଁ ଆଖପାଖ ଗାଁରେ ଘର ଘର ବୁଲି ସର୍ଭେ କରୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ପୁଣି ଥରେ ଚର୍ଚ୍ଚାରେ କାଶୀପୁର। ଏଥର ଆମ୍ୱ ଟାକୁଆ ନୁହେଁ, ଡିପଥେରିଆ ନେଉଛି କୋମଳମତି ଶିଶୁଙ୍କ ଜୀବନ। ଡଙ୍ଗାସିଲ ପଞ୍ଚାୟତ ମୁନୁଶିପଦର ଗାଁରେ ସପ୍ତାହରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଡିପଥେରିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଡିପଥେରିଆ ରୋଗ ସମ୍ପର୍କରେ ସୂଚନା ପାଇ ରାୟଗଡ଼ା ସିଡିଏମଓ ଲାଲମୋହନ ରାଉତରାୟ ଓ ଦଙ୍ଗାସିଲ୍‌ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ମେଡ଼ିକାଲ୍‌ ଟିମ୍‌ ଗାଁରେ ପହଞ୍ଚିଛି। ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏପରିକି ରକ୍ତ ନମୂନା ସଂଗ୍ରହ କରାଯାଇଛି।

Advertisment

ଡିପଥେରିଆ ମୃତ୍ୟୁ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ତତ୍ପର ହୋଇଛି ପ୍ରଶାସନ। ଶନିବାର ଭୁବନେଶ୍ୱର ଓ କୋରାପୁଟ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ଗୋଟିଏ ଲେଖାଏଁ ଟିମ୍ କାଶୀପୁରରେ ପହଞ୍ଚିଛି। ଟିମ୍‌ର ସଦସ୍ୟମାନେ ଦଙ୍ଗାସିଲ୍‌ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏପରିକି ରୋଗୀଙ୍କ ସହିତ ଆଲୋଚନା କରିଛନ୍ତି।

ସେପଟେ ଦେଖିବାକୁ ଗଲେ ଡିପଥେରିଆ ରୋଗରେ ସାଧାରଣତଃ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି। ପ୍ରଥମେ ଗଳାରେ ଯନ୍ତ୍ରଣା ହେଉଛି। କିଛି ସମୟ ପରେ ଗଳି ଫୁଲି ଯାଇ ଜ୍ୱର ହେଉଛି। ଫଳରେ କିଛି ଖାଦ୍ୟ ଖାଇ ନପାରି ମୃତ୍ୟୁ ମୁଖରେ ପଢୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ନାଳ ଓ ଝରଣା ପାଣି ସେବନ କରିବା ଦ୍ୱାରା ଏପରି ସମସ୍ୟା ଉପୁଜିଛି।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Raygada Diphtheria