Advertisment

ଖାତକୁ ଗଳିଲା କାର; ପତ୍ନୀ, ପୁଅଙ୍କ ସହ ବରିଷ୍ଠ ଅଧିକାରୀ ମୃତ, ଝିଅ ଗୁରୁତର

ଏକ କାର୍‌ ଖାତରେ ଗଳି ପଡ଼ିବାରୁ ଗତ ରାତିରେ ଅର୍ଥ ବିଭାଗର ଜଣେ ନିର୍ଦ୍ଦେଶକଙ୍କ ପରିବାର ଛାରଖାର ହୋଇ ଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଜମ୍ମୁ କଶ୍ମୀରର ପୁଚ୍ଛ ଜିଲ୍ଲାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଖାତରେ ଗଳି ପଡ଼ିବାରୁ ଅର୍ଥ ବିଭାଗ, ବନ ବିଭାଗ ଓ ପରିବେଶ ବିଭାଗର ଜଣେ ନିର୍ଦ୍ଦେଶକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଗୁରୁତର ହୋଇ ପଡ଼ିଛନ୍ତି। ମୃତକମାନ ହେଲେ ରଣବୀର ସିଂହ ବାଲି, ତାଙ୍କ ପତ୍ନୀ ପରବିନ୍ଦର କୌର, ପୁଅ ଇରଫାନ ସିଂ । ଏହି ଦୁର୍ଘଟଣାରେ ନିର୍ଦ୍ଦେଶକଙ୍କ ଝିଅ ମହରୀନ କୌର ଗୁରୁତର ହୋଇଛନ୍ତି।

Advertisment

ଗତକାଲି ରାତି ପ୍ରାୟ ୮ଟା ସମୟରେ ଏକ କାର୍‌ ମୁଗଲ ରୋଡ ରାସ୍ତାରେ କଶ୍ମୀର ଘାଟିରୁ ସୁରମକୋଟ ଅଭିମୁଖେ ଯାଉଥିଲା। ମାତ୍ର କାର୍‌ଟି ପନାର ପୋଲ ପାଖରେ ପହଞ୍ଚିବା ସମୟରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ କାର୍‌ଟି ଏକ ଗଭୀର ଖାତରେ ପଡ଼ି ଯାଇଥିଲା।

କାର୍‌ରେ ଥିବା ୪ଜଣଙ୍କ ମଧ୍ୟରୁ ବାପାମା’ ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ନିର୍ଦ୍ଦେଶକଙ୍କ ଝିଅ ଗୁରୁତର ହୋଇଥିବା ବେଳେ ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।

Advertisment

ରଣବୀର ସିଂ ବାଲିଙ୍କ ପରିବାର କଶ୍ମୀରର ବାରାମୁଲା ଅଞ୍ଚଳ ବାସିନ୍ଦା ହୋଇଥିବା ବେଳେ ଗତ କିଛି ବର୍ଷ ଧରି ସେ ଜମ୍ମୁର ତ୍ରିକୁଟାନଗରରେ ରହି ଆସୁଥିଲେ।

Accident Jammu Kashmir