Advertisment

ବାଣ ଉପରେ ଚଢ଼ି କାର୍‌ ଛିନ୍ନଛତ୍ର; ଡ୍ରାଇଭିଂ କରୁଥିବା ଡାକ୍ତର ଗୁରୁତର

ସୁଜିତ ସାମଲ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ଗତ କିଛି ଦିନ ହେବ କଟକରେ ଟ୍ରେନିଂ ପଡ଼ିଥିବାରୁ ସେ ନିଜ କାର୍‌ରେ ଯିବା ଆସିବା କରୁଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Car & Doctor

Car & Doctor

ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ ତା’ ଉପରେ ଅଚାନକ ଚଢ଼ିଗଲା କାର୍‌। ଫଳରେ ବିସ୍ଫୋରଣ ଘଟି କାର୍‌ଟି ଛିନ୍ନଛତ୍ର ହୋଇ ଯାଇଥିବା ବେଳେ ଏହାକୁ ଚଲାଉଥିବା ଡାକ୍ତରଙ୍କ ଅବସ୍ଥା ଗୁରୁତର ଅଛି। ଏପରି ଏକ ଅଘଟଣ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନ ଅନ୍ତର୍ଗତ ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରେ ଘଟିଛି। ଗୁରୁତର ଆହତ ହୋଇଥିବା ଡାକ୍ତର ଜଣକ ହେଲେ ୨୮ ବର୍ଷୀୟ ସୁଜିତ ସାମଲ।

Advertisment

ସୁଜିତ ସାମଲ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ଗତ କିଛି ଦିନ ହେବ କଟକରେ ଟ୍ରେନିଂ ପଡ଼ିଥିବାରୁ ସେ ନିଜ କାର୍‌ରେ ଯିବା ଆସିବା କରୁଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ଡାକ୍ତର ସାମଲ ନିଜ କାର୍‌ରେ କଟକ ଅଭିମୁଖେ ଯାଉଥିଲେ।

ସେ ଖଣ୍ଡିଆବନ୍ଧ ଗାଁ ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତା ଉପରେ ବାଣ ଶୁଖା ଯାଇଥିଲା। ବାଣ ଉପରେ ତାଙ୍କ କାର ଚଢ଼ିଯିବାରୁ ଜୋରରେ ବିସ୍ପୋରଣ ଘଟିଥିଲା। ଏହି ବିସ୍ପୋରଣରେ ଡାକ୍ତର ସାମଲଙ୍କ ଗାଡ଼ିର ଆଗ ପାର୍ଶ୍ୱ ନଷ୍ଟ ହୋଇଯାଇଛି।

Advertisment

ଡାକ୍ତର ସାମଲଙ୍କ ମୁଣ୍ଡ, ହାତ, ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ରେଫର କରି ଦିଆଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Doctor Kendrapada Crackers Blast