Advertisment

ଝୁଣିଲା କୁକୁର, ୧୦ ଲକ୍ଷ ତଣ୍ଡ ଗଣିବେ ପୌରପାଳିକା

ମୃତ ଶିଶୁର ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

author-image
Manoj Swain
ଅଦ୍ୟତନ ହୋଇଛି

ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ ବୁଲା କୁକୁର କାମୁଡି ମାରିଦେଇଥିଲା। ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା। ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡିରେ ଖେଳୁଥିବା ବେଳେ ପିଲାଟି ବୁଲା କୁକୁରଙ୍କର ଶିକାର ହୋଇଥିଲା।

Advertisment
Odisha Puri Dog Attack