ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ ବୁଲା କୁକୁର କାମୁଡି ମାରିଦେଇଥିଲା। ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା। ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡିରେ ଖେଳୁଥିବା ବେଳେ ପିଲାଟି ବୁଲା କୁକୁରଙ୍କର ଶିକାର ହୋଇଥିଲା।