Advertisment

ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ପରଲୋକ

ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ବିୟୋଗରେ ସାମ୍ବାଦିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଛି।

author-image
Tapaswini Nayak
Dr Pradeep Mahapatra

Dr Pradeep Mahapatra

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ HOD ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।

Advertisment

କିଛି ଦିନ ତଳେ ଡକ୍ଟର ପ୍ରଦୀପ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ନିମୋନିଆ ହେବା ଯୋଗୁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ବିୟୋଗରେ ସାମ୍ବାଦିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଛି। ବ୍ରହ୍ମପୁରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ସୂଚନା ରହିଛି। 

Advertisment
Ganjam