Drone
ଡିଫେନ୍ସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ତିଆରି କରିଥିବା ଗୋଟିଏ ଡ୍ରୋନ ଆଜି ଟ୍ରାଏଲ ବେଳେ କ୍ରାଶ ହୋଇଯାଇଛି। ତାପସ ନାମକ ଏହି ଡ୍ରୋନଟି କର୍ଣ୍ଣାଟକାର ଚିତ୍ରଦୁର୍ଗ ଠାରେ ଥିବା ଗୋଟିଏ ଚାଷ ଜମିରେ ଖସି ପଡ଼ିଛି। ଡ୍ରୋନ ତାପସ କେମିତି ଉଡ଼ାଣ କରୁଛି, ତା’ର ପରୀକ୍ଷା ଚାଲିଥିବା ବେଳେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଡିଆରଡିଓ ପକ୍ଷରୁ ତିଆରି କରାଯାଇଥିବା ଡ୍ରୋନ ତାପସ ଆଜି କର୍ଣ୍ଣାଟକାର ଚିତ୍ରଦୁର୍ଗ ଠାରେ କ୍ରାଶ ହୋଇଯାଇଛି। ଡିଆରଡିଓ ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏ ବିଷୟରେ ଜଣାଇଛି। କ୍ରାଶ ପଛର କାରଣ ଜାଣିବା ପାଇଁ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।
ଆଜି ଡ୍ରୋନ କ୍ରାଶ ହେବା ଖବର ମିଳିବା କ୍ଷଣି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଏହାର ଫଟୋ ଉଠାଇବାକୁ ମଧ୍ୟ ଲୋକମାନେ ସତେ ଯେମତି ପ୍ରତିଯୋଗିତା ଆରମ୍ଭ କରି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Drone_1692546942.jpg)