Advertisment

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା, ଡ୍ରାଇଭର ଜୀବନ୍ତ ଦଗ୍ଧ

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଲାଗି ଯାଇଛି ନିଆଁ। ଏହି ନିଆଁରେ ଜଣେ ଟ୍ରକ୍‌ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।

Accident

Accident

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟି କୁଡ଼ି ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଲାଗି ଯାଇଛି ନିଆଁ। ଏହି ନିଆଁରେ ଜଣେ ଟ୍ରକ୍‌ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।

Advertisment

ଆଜି ଭୋରରୁ ପାଷ୍ଟିକୁଡ଼ି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ସହ ଅନ୍ୟ ଏକ ଟ୍ରକ୍‌ ମୁହାଁମୁହିଁ ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ସଙ୍ଗେସଙ୍ଗେ ଦୁଇଟି ଟ୍ରକ୍‌ ହୁତୁହୁତୁ ହୋଇ ଜଳିଥିଲା।

ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଦୁଇଟି ଟ୍ରକ୍‌କୁ ନିଆଁ ବ୍ୟାପି ସାରିଥିବା ବେଳେ ତା’ ଭିତରେ ଜଣେ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳି ପାରୁନି ।

Advertisment

ଖବର ପାଇ ତୁରନ୍ତ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ନିମନ୍ତେ ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ନିଆଁ ଲିଭା ସମ୍ପୂର୍ଣ୍ଣ ସରି ନ ଥିବା ଜଣାଯାଇଛି।

Accident Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe