Advertisment

ହାଇୱାକୁ ପିଟିଲା ବସ୍‌; ଡ୍ରାଇଭର ମୃତ, ୧୦ ଗୁରୁତର

ବାରିପଦାରୁ ୫୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଗତ ରାତିରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଏକ ଘରୋଇ ବସ୍‌।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି।

Advertisment

ବାରିପଦାରୁ ୫୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଗତ ରାତିରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଏକ ଘରୋଇ ବସ୍‌। ଆଜି ଭୋର ୪ ଟା ସମୟରେ ଯାଉଥିବା ଗାଡ଼ିଟି କଡେଇ ଛକ ଅତିକ୍ରମ କରୁଥିବା ବେଳେ ଏକ ହାଇୱା ପଛେ ପଟେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ଚଣ୍ଡିଖୋଲ ଦମକଲ ବାହିନୀ ଓ ବଡ଼ଚଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରର ମୃତଦେହକୁ ବଡ଼ଚଣା ଡାକ୍ତର ଖାନରେ ରଖଯାଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ହାଇୱା ଗାଡ଼ଇ ଡ୍ରାଇଭରଙ୍କୁ ପୁଲିସ୍‌ ଅଟକ ରଖିଛି। 

Advertisment
Jajpur Road Accident