/odisha-reporter/media/post_attachments/uploadimage/library/16_9/16_9_0/Accident_1726327712.jpg)
Accident
ଗଜପତି ଜିଲ୍ଲା ଅଡ଼ବା ଥାନା ପଦାଗାଁ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଜଣ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
Advertisment
ସମସ୍ତ ଆହତ ଗୋଟିଏ ପରିବାରର। ସେମାନେ ଗୁଲୁବା ପଞ୍ଚାୟତ କାମପଦର ଗାଁର ବାସିନ୍ଦା। ସେମାନେ ବ୍ରହ୍ମପୁରରେ କୌଣସି କାମ ସାରି ବୋଲେରୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଦ୍ରୁତଗତିରେ ଯାଉଥିବା ବୋଲେରୋ ପଦାଗାଁ ନିକଟରେ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଅଡ଼ବା ଡାକ୍ତରଖାନାକୁ ନେଇଥିଲେ। ପରେ ସେମାନଙ୍କୁ ମୋହନା ଡାକ୍ତରଖାନାକୁ ନିଆଯାଇଥିଲା।
Advertisment
ବୋଲେରୋରେ ଯାତ୍ରା କରୁଥିବା ରମାକାନ୍ତ ବୀର କହିଛନ୍ତି ଯେ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଲାଉଥିଲେ। ତାଙ୍କୁ ମନା କରାଯାଇଥିଲେ ବି ଶୁଣି ନଥିଲେ। ତେଣୁ ଦୁର୍ଘଟଣା ଘଟିଲା।
ରିପୋର୍ଟ- ମୋହନାରୁ ମିହିର ଜତି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
