Advertisment

ଯାତ୍ରୀଙ୍କ କଥା ଶୁଣିଲେନି ଦ୍ରୁତଗତିରେ ଗାଡ଼ି ଚଲାଉଥିବା ଡ୍ରାଇଭର, ତା’ପରେ...

ସମସ୍ତ ଯାତ୍ରୀ ଗୋଟିଏ ପରିବାରର। ସେମାନେ ବ୍ରହ୍ମପୁରରେ କୌଣସି କାମ ସାରି ବୋଲେରୋରେ ନିଜ ଗାଁକୁ ଫେରୁଥିଲେ।

Accident

Accident

Advertisment

ଗଜପତି ଜିଲ୍ଲା ଅଡ଼ବା ଥାନା ପଦାଗାଁ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଜଣ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ସମସ୍ତ ଆହତ ଗୋଟିଏ ପରିବାରର। ସେମାନେ ଗୁଲୁବା ପଞ୍ଚାୟତ କାମପଦର ଗାଁର ବାସିନ୍ଦା। ସେମାନେ ବ୍ରହ୍ମପୁରରେ କୌଣସି କାମ ସାରି ବୋଲେରୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦ୍ରୁତଗତିରେ ଯାଉଥିବା ବୋଲେରୋ ପଦାଗାଁ ନିକଟରେ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଅଡ଼ବା ଡାକ୍ତରଖାନାକୁ ନେଇଥିଲେ। ପରେ ସେମାନଙ୍କୁ ମୋହନା ଡାକ୍ତରଖାନାକୁ ନିଆଯାଇଥିଲା।

Advertisment

ବୋଲେରୋରେ ଯାତ୍ରା କରୁଥିବା ରମାକାନ୍ତ ବୀର କହିଛନ୍ତି ଯେ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଲାଉଥିଲେ। ତାଙ୍କୁ ମନା କରାଯାଇଥିଲେ ବି ଶୁଣି ନଥିଲେ। ତେଣୁ ଦୁର୍ଘଟଣା ଘଟିଲା।

ରିପୋର୍ଟ- ମୋହନାରୁ ମିହିର ଜତି

Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe