Accident
ଟ୍ରକ୍ ଦୁର୍ଘଟଣାରେ ଚାଳକ ମୃତ। ମୃତକଙ୍କ ନାଁ ତିରୁପତି ସିଂ ହୋଥିବା ବେଳେ ତାଙ୍କ ଘର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗାଁରେ।
Advertisment
ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ନିକଟରେ। ଆଜି ସକାଳ ସମୟରେ କିଛି ଟ୍ରକ ଆଗ ପଛ ହୋଇ ଦୃତ ଗତିରେ ଯାଉଥିଲେ। ସେଥି ମଧ୍ୟରୁ ଗୋଟିଏ ଟ୍ରକ ନିଜର ଭାରସାମ୍ୟ ହରାଇ ଆଗରେ ଯାଉଥିବା ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ଟିର ଆଗ ପାଟ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଟ୍ରକ୍ ଭିତରେ ଫଶି ଚାଳକଙ୍କ ମୃତ୍ୟୁ ହୋଇଛି।
ରାସ୍ତାରେ ଉପରେ ଟ୍ରକଟି ଦୁର୍ଘଟଣା ଗ୍ରସ୍ଥ ହୋଇ ପଡ଼ିବାରୁ ସ୍ଥାନୀୟ ଲୋକେ ବୋଡ଼େନ ଅଗ୍ନିଶମ ବିଭାଗ ଓ ବୋଡେ଼ନ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଟ୍ରକରୁ ଚାଳକଙ୍କ ମୃତେହକୁ ଉଦ୍ଧାର କରି ବୋଡେ଼ନ ଡାକ୍ତର ଖାନାକୁ ଶବ ବ୍ୟବଚ୍ଛେଦ କରିବାପାଇଁ ପଠାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
