Advertisment

ଡ୍ରାଇଭରଙ୍କ ଆଖି ଲାଗିଗଲା, ଓଲଟି ପଡ଼ିଲା ବସ୍‌

ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଘଟିଲା ଅଘଟଣ । ରାସ୍ତା କଡ଼କୁ ଓଲଟି ପଡ଼ିଲା ବସ୍‌। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ଭୋରରୁ ଖୋର୍ଦ୍ଧା ଜିଲାର ବେଗୁନିଆ ଥାନା ଅଞ୍ଚଳରେ ଘଟିଛି।

Advertisment

ଏକ ଘରୋଇ ଯାତ୍ରୀବାହୀ ବସ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ବେଳେ ଆଜି ଭୋରରୁ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା। ଫଳରେ ଗାଡ଼ିଟି ଖୋର୍ଦ୍ଧା ବାଘମାରି ରାସ୍ତାର ଏକ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

Advertisment

ଘଟଣାସ୍ଥଳରେ ବେଗୁନିଆ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଏଥିସହ ରାସ୍ତାରେ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ।

Accident Khorda Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe