Advertisment

ଲୁପ୍ ଲାଇନରେ ମେମୁ ଟ୍ରେନ ପଶିଯିବା ଘଟଣା; ପଏଣ୍ଟମ୍ୟାନ୍ ନିଲମ୍ବିତ

ଗତକାଲି ଭଦ୍ରକରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍‌ଟି ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।

ଅଦ୍ୟତନ ହୋଇଛି
MEMU train

MEMU train

Advertisment

ମେମୁ ଟ୍ରେନ ଲୁପ୍ ଲାଇନକୁ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଆରଏମ୍। ପଏଣ୍ଟମ୍ୟାନଙ୍କୁ ସସପେଣ୍ଡ କରିଛନ୍ତି ଖଡ଼ଗପୁର ଡିଆରଏମ୍ AR ଚୌଧୁରୀ। ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ମେମୁ ଟ୍ରେନ୍‌ଟି ଲୁପ୍ ଲାଇନକୁ ପଶି ଯାଇଥିଲା। ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଶହଶହ ଯାତ୍ରୀଙ୍କ ଜୀବନ।

Advertisment

ଗତକାଲି ଏହି ଘଟଣା ପରେ ପଏଣ୍ଟମ୍ୟାନଙ୍କୁ ପଚରାଉଚରା କରାଯାଇଥିଲା। ପରେ ପଏଣ୍ଟମ୍ୟାନଙ୍କୁ ନିଲମ୍ବିତ କରିଛନ୍ତି ଡିଆରଏମ୍। ଏହାସହ ପୂରା ମାମଲାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛିା କିପରି ମେମୁ ଟ୍ରେନଟି ଲୁପ ଲାଇନକୁ ପଶିଲା, କାହାର ଭୁଲ୍‌ ଯୋଗୁ ଏପରି ଘଟଣା ଘଟିଲା ଖୋଳତାଡ଼ ପାଇଁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଆରଏମ୍।

ଗତକାଲି ଭଦ୍ରକରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍‌ଟି ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଲୁପ୍ ଲାଇନରେ ପଶି ଯାଇଥିଲା ମେମୁ ଟ୍ରେନ୍। ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ୍ ପାଇଲଟଙ୍କ ଉପସ୍ଥିତବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଟ୍ରେନଟି ରହିଥିବା ବେଳେ ଲୋକ ପାଇଲଟ ଗାଡିକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ନେଇ ଯାଇଥିଲେ।

Advertisment
Balasore MEMU Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe