ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ବେଲପୁର ନିକଟରେ ଦେବୀ ନଦୀରୁ ପାଣି ଉଠାଇବା ବେଳେ ବୁଡ଼ି ଯାଇଥିବା କାଉଡ଼ିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚନ୍ଦନ ଓଝା। ତାଙ୍କ ଘର ଅପଣ୍ଡରା କୂଳସାହିରେ।
ଚନ୍ଦନ ଭୁବନେଶ୍ୱରରେ ରହି କାଠ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଅନ୍ୟ କାଉଡ଼ିଆମାନଙ୍କ ସହିତ ମିଶି ବେଲପୁର ଦେବୀ ନଦୀ ଘାଟକୁ ପାଣି ଉଠାଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତା କାରଣରୁ ସେ ନଦୀରେ ବୁଡ଼ି ଯାଇଥିଲେ।
Also Read
ସ୍ଥାନୀୟ ଲୋକମାନେ ଡଙ୍ଗା ସହାୟତାରେ ଖୋଜାଖୋଜି କରିଥିଲେ। ବାଲିକୁଦା ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ ଚନ୍ଦନଙ୍କ ପତ୍ତା ମିଳିନଥିଲା।
ଆଜି ସକାଳୁ ଓଡ୍ରାଫ ଓ ଅଗ୍ନିଶମ ସେବା କର୍ମଚାରୀ ବୋଟ୍ ସହାୟତାରେ ପୁଣି ଖୋଜାଖୋଜି କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ବେଲପୁର ଘାଟ ଠାରୁ କିଛି ଦୂରରୁ ମିଳିଥିଲା ଚନ୍ଦନ ଓଝାଙ୍କ ମୃତଦେହ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରେଲରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍; ୬ ମୃତ, ୫ ଆହତ
ଆଜି ସକାଳେ କିଛି ଲୋକ ସଂକୀର୍ତ୍ତନ ସାରି ପିକଅପ୍ ଭ୍ୟାନ୍ରେ ନିଜ ଘରକୁ ଫେରୁଥିଲେ।
Accident
ଦ୍ରୁତଗତିରେ ଆସି ମହିଳାଙ୍କ ଉପରେ ଚଢ଼ିଗଲା କାର୍, ଚଳାଉଥିଲେ ନାବାଳକ: ଦେଖନ୍ତୁ ଭିଡିଓ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।
Accident
ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ
ଗୁରୁତର ଅବସ୍ଥାରେ ତାଙ୍କୁ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।