Chandan Ojha
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ବେଲପୁର ନିକଟରେ ଦେବୀ ନଦୀରୁ ପାଣି ଉଠାଇବା ବେଳେ ବୁଡ଼ି ଯାଇଥିବା କାଉଡ଼ିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚନ୍ଦନ ଓଝା। ତାଙ୍କ ଘର ଅପଣ୍ଡରା କୂଳସାହିରେ।
ଚନ୍ଦନ ଭୁବନେଶ୍ୱରରେ ରହି କାଠ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଅନ୍ୟ କାଉଡ଼ିଆମାନଙ୍କ ସହିତ ମିଶି ବେଲପୁର ଦେବୀ ନଦୀ ଘାଟକୁ ପାଣି ଉଠାଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତା କାରଣରୁ ସେ ନଦୀରେ ବୁଡ଼ି ଯାଇଥିଲେ।
ସ୍ଥାନୀୟ ଲୋକମାନେ ଡଙ୍ଗା ସହାୟତାରେ ଖୋଜାଖୋଜି କରିଥିଲେ। ବାଲିକୁଦା ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ ଚନ୍ଦନଙ୍କ ପତ୍ତା ମିଳିନଥିଲା।
ଆଜି ସକାଳୁ ଓଡ୍ରାଫ ଓ ଅଗ୍ନିଶମ ସେବା କର୍ମଚାରୀ ବୋଟ୍ ସହାୟତାରେ ପୁଣି ଖୋଜାଖୋଜି କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ବେଲପୁର ଘାଟ ଠାରୁ କିଛି ଦୂରରୁ ମିଳିଥିଲା ଚନ୍ଦନ ଓଝାଙ୍କ ମୃତଦେହ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1693219784.jpg)