Advertisment

ସାଙ୍ଗ ଘରକୁ ଆସି ଲିଭିଗଲା ଜୀବନ ଦୀପ; ମହାନଦୀରୁ ମିଳିଲା ମୃତଦେହ

ହସଖୁସିରେ ୪ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇ ହୁଲି ଡଙ୍ଗାରେ ବୁଲିବା ବେଳେ ଘଟିଲା ଅଘଟଣ ।

Drown Death

Drown Death

Advertisment

ସାଙ୍ଗ ଘରକୁ ବୁଲି ଆସିଥିବା ବେଳେ ଚାଲିଗଲା ସାଙ୍ଗର ଜୀବନ । ହସଖୁସିରେ ୪ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇ ହୁଲି ଡଙ୍ଗାରେ ବୁଲିବା ବେଳେ ଘଟିଲା ଅଘଟଣ । ଡଙ୍ଗାଟି ଗଣ୍ଡ ମଝିରେ ପଲଟି ଯିବା ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ଆଜି ସକାଳେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଜଣକ ଢେ଼ଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳର ୨୩ ବର୍ଷିୟ ରଜତ ନାୟକ ବୋଲି ଜଣାପଡିଛି।

Advertisment

ଗତକାଲି ରଜତ ନାୟକ ନିଜର ଜଣେ ସାଙ୍ଗଙ୍କ ସହ ବାଙ୍କୀ ଥାନା ଅଞ୍ଚଳରେ ଥିବା ଅନ୍ୟ ଜଣେ ସାଙ୍ଗଙ୍କ ଘରକୁ ବୁଲି ଆସିଥିଲେ। ବୁଲାବୁଲି ସାରି ୪ ଯୁବକ ଗତକାଲି ମଧ୍ୟାହ୍ନ ସମୟରେ ବାଙ୍କୀ ଥାନା ଅନ୍ତର୍ଗ ସହଙ୍ଗା ଗୋପାଳପୁର ଗ୍ରାମ ଦେଇ ପ୍ରବାହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ କୌତୁହଳବଶଃତ ହୁଲି ଡଙ୍ଗାରେ ଭିତରକୁ ପଳାଇଥିଲେ।

ମାତ୍ର ମଝି ନଦୀରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମାତ୍ର ରଜତଙ୍କ କୌଣସି ପତ୍ତା ମିଳୁ ନ ଥିଲା। ଗତକାଲି ରାତି ସାରା ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍‌, ସ୍କୁବା ଡାଇଭର ଖୋଜାଖୋଜି କରି ବି ରଜତଙ୍କ ଖବର ପାଇ ପାରି ନ ଥିଲେ। ଆଜି ସକାଳୁ ପୁଣି ଥରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରି ମୃତଦେହ ଉଦ୍ଧାର କରିଛନ୍ତି।

Advertisment

ଖବର ପାଇ ରଜତଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପୁଅର ଏପରି ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Cuttack Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe