Advertisment

ମରୋକ୍କୋ ଭୂକମ୍ପ: ଗଲାଣି ୬୩୨ ଜଣଙ୍କ ଜୀବନ

ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସବୁ କିଛି ଛିନଛତ୍ର କରି ଦେଇଛି।

Earth quack

Earth quack

Advertisment

ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସବୁ କିଛି ଛିନଛତ୍ର କରି ଦେଇଛି। ୬.୮ ତୀବ୍ରତାର ଏହି ଭୂକମ୍ପରେ ଏଯାଏ ୬୩୨ ଜଣ ଲୋକଙ୍କ ଜୀବନ ଗଲାଣି। ୩୨୯ ଜଣଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ବଡ଼ବଡ଼ ଅଟାଳିକା ମାଟିରେ ମିଶି ଯାଇଥିବା ବେଳେ ଘର ଦ୍ୱାରା ଭୁଶୁଡ଼ି ପଡ଼ିଛି। ଏବେ ବି ଅନେକ ଲୋକ ମାଟି ତଳେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି।

ସରକାରୀ ସୂଚନା ଅନୁସାରେ, ଭୂକମ୍ପ ଯୋଗୁ ଉପାନ୍ତ ପାହାଡ଼ିଆ ଅଞ୍ଚଳଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଉଦ୍ଧାର କାର୍ଯ୍ୟ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ସେଠାକୁ ଯିବା ପାଇଁ ରାସ୍ତା ନଥିବାରୁ ଉଦ୍ଧାରକାରୀ ଦଳ ଠିକ ଭାବେ ଭୂକମ୍ପ ସ୍ଥଳରେ ପହଞ୍ଚି ପାରୁ ନାହାନ୍ତି। କେବଳ ପାହାଡ଼ିଆ ଅଞ୍ଚଳ ନୁହେଁ, ପ୍ରମୁଖ ସହର ଗୁଡ଼ିକ ଉପରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି। ଏଠାରେ ଥିବା ବଡ଼ବଡ଼ ଘର ଗୁଡ଼ିକ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି।

Advertisment

ସ୍ଥାନୀୟ ସମୟ ରାତି ପ୍ରାୟ ୧୧ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ମରୋକ୍କୋର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଝଟକା ପରେ ରାବତ ଠାରୁ ଆରମ୍ଭ କରି ଐତିହାସିକ ମାରାକେଚ ଯାଏ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାରେ ଦୌଡ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଭୂକମ୍ପରେ କେବଳ ମରୋକ୍କୋବାସୀ ନୁହନ୍ତି, ବିଦେଶ ନାଗରିକ ମଧ୍ୟ ଜୀବନ ହରାଇଛନ୍ତି। କାରଣ ରାବତ ଓ ମାରାକେଚ୍‌ରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ। ଏବେ ମଧ୍ୟ ସେଠାକାର ଅଧିକାଂଶ ପ୍ରତିଷ୍ଠାନରେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥିଲା। ଏତିକି ବେଳେ ହିଁ ଭୂକମ୍ପ ସବୁ କିଛି ଛିନଛତ୍ର କରି ଦେଇଛି।

ଭୂକମ୍ପ ପରେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଟେଲିଫୋନ୍‌ ଲାଇନ୍ କଟି ଯାଇଛି। ତେଣୁ ଏକାଧିକ ଅଞ୍ଚଳ ସହ ଯୋଗାଯୋଗ ହୋଇପାରୁନି। ସେହିପରି କେଉଁ ସବୁ ଅଞ୍ଚଳ ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି, ତା’ର ମଧ୍ୟ ସଠିକ ସୂଚନା ମିଳିନି। ମରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ବି ଭୂମିକମ୍ପ ଅନୁଭୂତ ହୋଇଛି।

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe