ସମ୍ବଲପୁରରେ ଆଜି ସକାଳୁ ସକାଳୁ ଏକ ଏମିତି ଘଟଣା ଘଟିଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେହି ଜଣେ ମର୍ଣ୍ଣିଙ୍ଗ ୱାକରେ ଆସି ପୋଲତଳକୁ ଡେଇଁପଡ଼ିଥିବାର ଖବର ବିଜୁଳି ବେଗରେ ବ୍ୟାପିଯାଇଥିଲା । ଆଉ ଚାଁହୁ ଚାଁହୁ ଭିଡ଼ ବି ବଢିଯାଇଥିଲା । ହେଲେ ଶେଷରେ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ଜଣେ ବୃଦ୍ଧ । ଆଉ କହିଲେ ସେଲ୍ଫି ନେବାବେଳେ ପୋଲ ତଳକୁ ଖସିପଡ଼ିଥିଲେ । ଉଦ୍ଧାର ପାଇଥିବା ବୃଦ୍ଧଜଣକ ହେଲେ ୬୯ ବର୍ଷୀୟ ସୁରେନ୍ଦ୍ର ମୋହନ ମିଶ୍ର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ିଗଲେ ୫ ଶିଶୁ
ଡଙ୍ଗା ଓ କଏନ ଆଣିବାକୁ ଯାଇ ଘଟିଛି ଏଭଳି ଅଘଟଣ!
Accident
ଲୁଗା ଦୋକାନରେ ଲାଗିଲା ନିଆଁ, ଜଳିଗଲେ ମାଲିକ
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ ମହାପାତ୍ରଙ୍କ ଲୁଗା ଦୋକାନରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଦୋକାନରେ ବ୍ୟାପି ଯାଇଥିଲା।
Accident
ଡଙ୍ଗା ଆଣିବା ପାଇଁ ପୋଖରୀକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା
ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ସକାଳେ ସକାଳେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ଲୋକ ଘର ପାର୍ଶ୍ୱ ପୋଖରୀରେ ଡଙ୍ଗା ଭସାଇଥିଲେ।
Accident
ପାର୍ଟି ସରିଲା ଲୁହରେ; ଅଧା ବାଟରେ ଲିଭିଗଲା ୬ ସାଙ୍ଗଙ୍କ ଜୀବନ ଦୀପ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଚୂରମାର୍ ହୋଇ ଯାଇଥିବାବେଳେ ମୃତକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି।
Accident
ବୋଇତ ବନ୍ଦାଣ ଉତ୍ସବ ବେଳେ ଅଘଟଣ, ମଝି ସମୁଦ୍ରରେ ଫସିଲା ଦୁଇ ବୋଟ୍
ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।