Advertisment

୧୮ ଘଣ୍ଟାର ସଂଗ୍ରାମ ପରେ ହାରିଗଲେ ବୃଦ୍ଧା,ସାପ ସହ କାଟିଥିଲେ ରାତି

ବୃଦ୍ଧାଙ୍କ ସହ ବୋରୱେଲ ଗାତରେ ଏକ ଚିତି ସାପ ଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
old woman dead

old woman dead

୧୮ ଘଣ୍ଟା ଧରି ଜୀବନ ଓ ମରଣ ସହ ସଂଗ୍ରାମ ହାରି ଗଲେ ୮୦ବର୍ଷୀୟ ବୃଦ୍ଧା। ପରିତ୍ୟକ୍ତ ବୋରୱେଲ ଗାତରୁ ଉଦ୍ଧାର କରାଯାଇ ଥିବା ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ଗାଁରେ। ମୃତ ବୃଦ୍ଧା ଜଣଙ୍କ ହେଲେ ଦୁଖୀ ନାୟକ। 

Advertisment

ଗତକାଲି ସଂଧ୍ୟା ୫ଟା ସମୟରେ ବୃଦ୍ଧା ଜଣଙ୍କ ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଗାତରେ ଖସିପଡ଼ିଥିଲେ। ବୃଦ୍ଧା ଜଣଙ୍କ ଝିଅ ଘରୁ ନିଜ ଘରକୁ ଫେରୁଥିଲା ବେଳେ ଅସାବଧାନତା କାରଣରୁ ବୋରୱେଲ ଗାତରେ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ ସମାନ୍ତରାଳ ଭାବେ ଆଉ ଏକ ଗାତ କରି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ବୃଦ୍ଧା ଜୀବତ ଥିଲେ।  ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲ ଆସିବା ପୂର୍ବରୁ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି।

 ଅନ୍ୟ ପକ୍ଷରେ ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା କହିଛନ୍ତି ଯେ ବୃଦ୍ଧାଙ୍କୁ ବୋରୱେଲରୁ ଉଦ୍ଧାର କରିବା ପରେଜୀବିତ ଥିଲେ।  ଡାକ୍ତରଖାନାକୁ ଆମ୍ବୁଲାନ୍ସ ନେବାବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେଥିପାଇଁ ବାଟରେ ଅକ୍ସିଜେନ ଦିଆଯାଇଥିଲା। 

Advertisment

 ସେ ଆହୁରି କହିଛନ୍ତି, କିଏ ବୋରୱେଲ ଖୋଳି ତାକୁ ଖୋଲା ଛାଡ଼ିଥିଲା ତାହାର ତଦନ୍ତ ହେବ। ତଦନ୍ତ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବୃଦ୍ଧାଙ୍କ ସହ ବୋରୱେଲ ଗାତରେ ଏକ ଚିତି ସାପ ଥିଲା। ହେଲେ ସାପଟି ବୃଦ୍ଧାଙ୍କର କିଛି କ୍ଷତି କରିନଥିଲା। ଅନ୍ୟ ପକ୍ଷରେ ବୃଦ୍ଧା ଜଣଙ୍କ ମୁକ ଓ ବଧିର ଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ SRCଙ୍କ ନିର୍ଦ୍ଦେଶ କ୍ରମେ ୪୨ ଜଣିଆ NDRF ଟିମ୍‌ ମୁଣ୍ଡଳିରୁ ଯାଇଥିଲେ। ଏହି ଟିମ୍ ଛତିଶଗଡ଼ରେ ‘ଅପରେସନ ରାହୁଲ’ରେ ସାମିଲ ଥିଲେ।

Deadbody Sonepur