Advertisment

ଚାର୍ଜ ବସିଥିବା ବେଳେ ଜଳିଗଲା ଇଲେକ୍ଟ୍ରି ବାଇକ

ବାଇକରେ କିପରି ନିଆଁ ଲାଗିଲା, ତାର କାରଣ ଅସ୍ପଷ୍ଟ ରହିଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ଚାର୍ଜ ବସିଥିବା ବେଳେ ହୁ ହୁ ହୋଇ ଜଳିଗଲା ଇଲେକ୍ଟ୍ରି ବାଇକ।  କିଛି ସମୟ ଭିତରେ ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା ବାଇକ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ।

Advertisment

ବାବାଜୀପଡା ଇଣ୍ଡିଆନ ଗ୍ୟାସ ଗୋଦାମ ପାଖରେ ରହୁଥିବା ଦୀପକ ପଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଇଲେକ୍ଟ୍ରି ବାଇକକୁ ବାରଣ୍ଡାରେ ଚାର୍ଜରେ ବସାଇଥିଲେ। ପରିବାର ସଦସ୍ୟ ଘରେ ଥିବା ବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା।

ସମସ୍ତେ ବାହାରକୁ ଆସି ଦେଖିଲା ବେଳକୁ ବାଇକଟି ହୁତୁହୁତୁ ହୋଇ ଜଳୁଛି। ପରିବାର ସଦସ୍ୟ ମିଶି ନିଆଁକୁ ଆୟତ୍ତ କରିଥିଲେ। ହେଲେ ବାଇକ୍‌ଟି ସଂପୂର୍ଣ୍ଣ ଜଳି ଯାଇଥିଲା। ତେବେ ବାଇକରେ କିପରି ନିଆଁ ଲାଗିଲା, ତାର କାରଣ ଅସ୍ପଷ୍ଟ ରହିଛି।

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe