Advertisment

ହାତୀ ଘଉଡାଇବାକୁ ଯାଇଥିଲେ; କଚାଡି ମାରିଦେଲା

ଗତ କିଛି ମାସ ହେବ ଗଡଗାଁ ଫରେଷ୍ଟ ରେଂଜରେ ହାତୀ ପଲ ଆସି ଉପଦ୍ରବ କରୁଛନ୍ତି।

author-image
Tapaswini Nayak
Elephant attack

Elephant attack

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗରଗଡବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗରଗଡବାହାଲ୍ ଗ୍ରାମର ହିରାଲାଲ ବେହେରା।

Advertisment

ହାତୀ ବିଲରେ ପଶି ଫସଲ ନଷ୍ଟ କରୁଥିବା ହିରାଲାଲଙ୍କୁ ସ୍ଥାନୀୟ ଲୋକେ କହିଥିଲେ। ହିରାଲାଲ ହାତୀ ଗୋଡ଼ାଇବାକୁ ବିଲକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ସେଠାରେ କଚାଡି ମାରିଦେଇଥିଲା।

ଗତ କିଛି ମାସ ହେବ ଗଡଗାଁ ଫରେଷ୍ଟ ରେଂଜରେ ହାତୀ ପଲ ଆସି ଉପଦ୍ରବ କରୁଛନ୍ତି। ବନବିଭାଗର ଟିମ୍ ହାତୀପଲକୁ ଘଉଡାଇବା ଦ୍ୱାରା ସେମାନେ ଜଙ୍ଗଲ ଭିତରକୁ ପଳାଇ ଯାଉଛନ୍ତି। ପୁଣି ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି।  ବନ ବିଭାଗ କିଛି ସ୍ଥାୟୀ ସମାଧାନ କରୁ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment
Elephant Attack Sudargarh