Advertisment

ହାତୀ ଆକ୍ରମଣରେ ୨ ମୃତ

ତ୍ତ୍ୟକ୍ତ ଲୋକେ ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ କରିଛନ୍ତି

anugul

anugul

Advertisment

ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ପାତେଳି ଗାଁରେ। ମୃତକ ଦ୍ୱୟ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ।

Advertisment

ଆଜି ସକାଳେ ଶଙ୍କର ଓ ଝିଲି କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ସେମାନଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଏନେଇ ବନ ବିଭାଗକୁ ଜଣାଇଥିଲେ। ହେଲେ ବନ ବିଭାଗ ଅଧିକାରୀ କେହି ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ହାତୀପଲ ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ହେଲେ ବନ ବିଭାଗ ଏନେଇ କୌଣସି ସଚେତନା ମୂଳକ ପଦକ୍ଷେପ ନେଉ ନାହିଁ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକିଛି ଦିନ ଭିତରେ ଅନୁଗୋଳ ବନଖଣ୍ଡରେ ୧୫ରୁ ଅଧିକ ଲୋକଙ୍କୁ ହାତୀ ଆକ୍ରମଣ ସୂଚନା ରହିଛି।

Advertisment
Anugul Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe