/odisha-reporter/media/post_attachments/uploadimage/library/16_9/16_9_0/Elephant__1698206376.jpg)
Elephant
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ପୋଖରିଆ ଗାଁରେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁନୀଲ ହେମ୍ବ୍ରମ।
Advertisment
ଗତ କିଛି ଦିନ ହବ କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୩ଟି ଗୋଠଛଡ଼ା ଦନ୍ତା ଓ ୨୨ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଜାରି ରଖିଛନ୍ତି। ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ଵାର ମଧ୍ୟ ଭାଙ୍ଗିଛନ୍ତି। ଆଜି ସକାଳେ ସେଥିରୁ ଗୋଟିଏ ଗୋଠଛଡ଼ା ଦନ୍ତା ଦରି ଅଞ୍ଚଳରେ ଉପଦ୍ରବ କରିବା ପରେ ପୋଖରିଆ ଗାଁ ଦେଇ ଯାଉଥିଲା।
ଏହି ସମୟରେ ସୁନୀଲ ହେମ୍ବ୍ରମ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିଲେ। ହଠାତ୍ ହାତୀଟି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା ଓ ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା।
Advertisment
ସୁନୀଲ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଯାଇଛି। ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ଭର୍ତ୍ତି କରାଯାଇଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
