Advertisment

ଦନ୍ତା ଆକ୍ରମଣରେ ମହିଳା ଗୁରୁତର

ଦୌଡ଼ି ପଳାଇ ଯାଉଥିବା ବେଳେ ଦନ୍ତାଟି ରଚନାଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା।

author-image
Jitendra Garnayak
Woman

Woman

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଚନା ନାୟକ। 

Advertisment

ରଚନା ଓ ଅନ୍ୟ କିଛି ମହିଳା ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେମାନେ ଦୌଡ଼ି ପଳାଇ ଯାଉଥିବା ବେଳେ ଦନ୍ତାଟି ରଚନାଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ରଚନା ତଳେ ପଡ଼ିଯିବା ପରେ ଦନ୍ତାଟି ଗୋଡ଼ରେ ତାଙ୍କୁ ଏକାଧିକ ଥର ଗୋଇଠା ମାରିଥିଲା। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ପ୍ରବଳ ଯନ୍ତ୍ରଣା ହେଉଛି।     

ରଚନାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରଚନାଙ୍କର ଏକ ଦେଢ଼ ମାସର ଶିଶୁ ଥିବା ଜଣାପଡ଼ିଛି।

Advertisment

ଘଟଣା ସଂପର୍କରେ ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ ଓ ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ପହଞ୍ଚି ରଚନାଙ୍କ ପରିବାର ଲୋକଙ୍କୁ ୫ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ପ୍ରଦାନ କରିଥିଲେ। ରଚନା ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ନିୟମ ଅନୁଯାୟୀ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ।

Elephant Attack