Advertisment

ହାତୀ ଆକ୍ରମଣରେ ଯୁବକ ଆହତ

ଆଜି ସକାଳେ ଜଗନ୍ନାଥପ୍ରସାଦ ଅଞ୍ଚଳକୁ ୧୩ ଟିକିଆ ହାତୀପଲ ଆସି ଜମିରେ ପଶି ଧାନ ଖାଇବା ସହିତ ଦଳିଚକଟି ନଷ୍ଟ କରିଥିଲେ।

Elephants

Elephants

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ମୁଳି।

Advertisment

ଆଜି ସକାଳେ ଜଗନ୍ନାଥପ୍ରସାଦ ଅଞ୍ଚଳକୁ ୧୩ ଟିକିଆ ହାତୀପଲ ଆସି ଜମିରେ ପଶି ଧାନ ଖାଇବା ସହିତ ଦଳିଚକଟି ନଷ୍ଟ କରିଥିଲେ। ହାତୀମାନଙ୍କୁ ଘଉଡ଼ାଇବାକୁ ଚାଷୀମାନେ ସେଠାକୁ ଯାଇଥିଲେ। ସେମାନଙ୍କ ସହିତ ବସନ୍ତ ମୁଳି ମଧ୍ୟ ହାତୀ ଘଉଡ଼ାଇବାକୁ ଯାଇଥିଲେ।

ହଠାତ୍ ହାତୀମାନେ ଚାଷୀମାନଙ୍କ ନିକଟକୁ ମାଡ଼ି ଆସିବାରୁ ସେମାନେ ଭୟରେ ଦୌଡ଼ି ପଳାଇଥିଲେ। ସେହି ସମୟରେ ଗୋଟିଏ ହାତୀ ବସନ୍ତ ମୁଳିଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ଚାଷୀମାନେ ଜୋରରେ ପାଟି କରିବାକୁ ହାତୀଟି ସେଠାରୁ ଚାଲି ଯାଇଥିଲା। ନ ହେଲେ ହାତୀଟି ବସନ୍ତଙ୍କୁ ମାରି ଦେଇଥା’ନ୍ତା ବୋଲି କୁହାଯାଉଛି।

Advertisment
Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe