Advertisment

ବନବିଭାଗ ଖୋଳିଥିବା ଗାତରେ ପଡ଼ି ହାତୀ ଛୁଆର ମୃତ୍ୟୁ

ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବର୍ଷା ଜଳ ସଂରକ୍ଷଣ ପାଇଁ ଖୋଳା ଯାଇ ଥିବା ଗାତରେ ପଡ଼ି ହାତୀ ଛୁଆର ମୃତ୍ୟୁ ହୋଇଥିବାରୁ ଏବେ ହାତୀ ଛୁଆଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Elephant

Elephant

କେନ୍ଦୁଝର ବନଖଣ୍ଡ ଭୂଇଁୟା ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅଧୀନ ଠାକୁରାଣୀ ସଂରକ୍ଷିତ ଜଙ୍ଗଲର ଭେଜିଡ଼ିହି ଠାରେ ବନବିଭାଗ ଖୋଳି ଥିବା ଗାତରେ ପଡ଼ି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହା ଏକ ମାଈ ହାତୀ ଛୁଆ ଥିଲା ଓ ତାକୁ ପ୍ରାୟ ୨ ବର୍ଷ ହୋଇଥିଲା।

Advertisment

ଗତକାଲି ଏକ ୧୨ ଟିକିଆ ହାତୀ ପଲ ଏହି ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ସେମାନଙ୍କ ମଧ୍ୟରେ ୨ଟି ଦନ୍ତା, ୪ଟି ମାଈ ଓ ୬ଟି ଛୁଆ ହାତୀ ଥିଲେ। ସେହି ୬ଟି ଛୁଆ ହାତୀ ମଧ୍ୟରୁ ଗୋଟିଏ ବନବିଭାଗ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଗୁରୁତର ଆହତ ହୋଇଥିଲା। ତାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା କରିଥିଲେ। ତେବେ ଆଜି ତା’ର ମୃତ୍ୟୁ ହୋଇଯାଇଛି।

ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଏହି ଗାତ ଅଧିକ ଗଭୀର ନଥିଲା। ତାହା କେବଳ ୨ରୁ ଅଢ଼େଇ ଫୁଟ୍ ଗଭୀର ଥିଲା। ତେବେ ପଡ଼ିବା ପରେ ଛୁଆ ହାତୀଟିର ଶରୀରରେ ଜୋରରେ ଆଘାତ ଲାଗିବା କାରଣରୁ ତା’ର ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି।

Advertisment

ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବର୍ଷା ଜଳ ସଂରକ୍ଷଣ ପାଇଁ ଖୋଳା ଯାଇ ଥିବା ଗାତରେ ପଡ଼ି ହାତୀ ଛୁଆର ମୃତ୍ୟୁ ହୋଇଥିବାରୁ ଏବେ ହାତୀ ଛୁଆଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଆଗକୁ ଯେମିତି ଏଭଳି ଘଟଣା ନଘଟିବ ସେ ନେଇ ବନ ବିଭାଗ ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ।

ନିକଟରେ ବିଧାନସଭାର ମୌସୁମୀ ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି।

ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ

Elephant Death