Advertisment

ଧାନ ଜମିରେ ପଡିଛି ହାତୀର କ୍ଷତବିକ୍ଷତ ମୃତଦେହ, କାରଣ ଅସ୍ପଷ୍ଟ

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।

Elephant Dead Body

Elephant Dead Body

Advertisment

ଧାନ ଜମିରେ ପଡିଛି ହାତୀର କ୍ଷତ ବିକ୍ଷତ ମୃତ ଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।

Advertisment

ଏହି ଅଞ୍ଚଳରେ ୫୦ରୁ ଅଧିକ ହାତୀ କିଛି ଦିନ ହେଲା ବ୍ୟାପକ ଫସଲ ନଷ୍ଟ କରୁଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା ।

ତେବେ ଆଜି ଏହି ହାତୀପଲ ଭିତରୁ ଏକ ମାଈ ହାତୀର ମୃତଦେହ ଧାନ ଜମିରେ ପଡ଼ିଥିବା ଦେଖିବାକୁ ମିଳିଛି । କେମିତି ହାତୀର ମୃତ୍ୟୁ ହେଲା ଜଣାପଡ଼ିନଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment

ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି। 

Keonjhar Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe