ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି।
୨୦୧୭ରେ ଗୋଠଛଡ଼ା 'ମାମା'କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଛନ୍ତି।
୨୦୧୭ରେ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛୁଆହାତୀ ମାମାର ଜନ୍ମ ହୋଇଥିଲା। ମାତ୍ର ୬ ମାସ ପରେ ସେ ମାଆ ଠାରୁ ଅଲଗା ହୋଇଯାଇଥିଲା। ପରେ ତାକୁ ନନ୍ଦନକାନନଅଣାଯାଇଥିଲା। ପରେ ନନ୍ଦନ କାନନରୁ ମାମାକୁ ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିଆଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଇଭି ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଗାଡ଼ି
ସର୍ଟସର୍କିଟରୁ ଶୋ' ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Accident
ପୋଲର ବାଡ଼ାକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଖସିଲେ ବାଇକ୍ ଚାଳକ
ପୋଲ ଉପରେ ବାଇକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।
Accident
ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ଗଛରେ ପିଟି ହୋଇଗଲା ବାଇକ୍। ଆଉ ଦୁଇ ବାଇକ୍ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।