/odisha-reporter/media/post_attachments/uploadimage/library/16_9/16_9_0/IMAGE_1728959017.jpg)
Elephant Death
ହାତୀପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କିଛି ହାତୀ ଆହତ ହୋଇଥିବା ବେଳେ ଏକ ଛୁଆ ହାତୀଟିର ମୃତ୍ୟୁ ଘଟିଛି। ରାଉରକେଲା ବନ୍ଧମୁଣ୍ଡା ଆର୍ କେବିନ୍ ନିକଟରେ ଏହି ଅଘଟଣ ଘଟିଛି।
Advertisment
ଗତକାଲି ରାତିରେ ହାତୀ ପଲ ବନ୍ଧୋମୁଣ୍ଡା ଅଞ୍ଚଳକୁ ପଶି ଆସିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ହାତୀ ପଲକୁ ଘଉଡାଉଥିଲେ। ତେବେ ହାତୀପଲ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡୁଥିବା ବେଳେ ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ଆସି ହାତୀପଲଙ୍କୁ ଧକ୍କା
ଦେଇଥିଲା। ଏଥିରେ କିଛି ହାତୀ ଆହତ ହୋଇଥିଲେ।
ତେବେ ଘଟଣାସ୍ଥଳରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା ବନ ବିଭାଗ ଟିମ୍ ଓ ପୁଲିସ ପହଞ୍ଚି ହାତୀଟିର ମୃତଦେହକୁ ଉଦ୍ଧାର କରିଛନ୍ତି। ଏନେଇ ବନ ବିଭେଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
