Advertisment

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ଚାଲିଗଲା ଦନ୍ତାର ଜୀବନ !

ଅସୁସ୍ଥ ହାତୀର ଚିକିତ୍ସା OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ଚାଲିଥିଲା

ଅଦ୍ୟତନ ହୋଇଛି
Elephant

Elephant

Advertisment

ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା। ଗତକାଲି ଭରତପୁର ଜଙ୍ଗଲରୁ ଅସୁସ୍ଥ ଦନ୍ତା ହାତୀଟିକୁ ଠାବ‍ କରାଯାଇଥିଲା।

Advertisment

ଅସୁସ୍ଥ ହାତୀର ଚିକିତ୍ସା OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ଚାଲିଥିଲା। ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

ହାତୀଟିକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଦନ୍ତା ଖାଇଦେଇଥିଲା।  ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା।

Advertisment

ଅନ୍ୟପକ୍ଷରେ ହାତୀର ମୃତ୍ୟୁକୁ ନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe