Advertisment

ଗାଧୁଆ ତୁଠରେ ଦନ୍ତା ହାତୀ ଦେଖି ଦୌଡ଼ିଲେ କୁନି ଝିଅ...

ଦନ୍ତା ହାତୀକୁ ଦେଖି ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଦୌଡ଼ିବା ବେଳେ ସେ ଆବୁଡ଼ା ଖାବୁଡା ରାସ୍ତାରେ ପଡ଼ିଯାଇଥିଲେ। ଯାହା ଫଳରେ ଗୁରୁତର ଆହତ ହୋଇଥିଲେ।

ଅଦ୍ୟତନ ହୋଇଛି
undefined

Elephant

Advertisment

ମାମୁ ଘର ବୁଲିବା ପାଇଁ ଆସିଥିଲେ ଭାଣିଜୀ। ମଜାମଜ୍‌ଲିସ୍‌ ଭିତରେ ଆଜି ସକାଳେ ଗାଧୋଇବାକୁ ଯାଇଥିବା ବେଳେ ତୁଠରେ ଦନ୍ତା ହାତୀ ଦେଖି ଦୌଡ଼ିଲେ କୁନିଝିଅ। ତା’ପରେ ....। ଏପରି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଞ୍ଚଳରେ ଘଟିଛି।

Advertisment

ଦେବଗଡ଼ ଜିଲ୍ଲାର ନାବାଳିକା ବର୍ଷା ବେହେରା ମାମୁ ଘର ଖୁଣ୍ଟାପଡ଼ା ଗାଁକୁ ଆସିଥିଲେ। ଆଜି ସକାଳେ ପ୍ରାୟ ୮ରୁ ସାଢ଼େ ୮ଟା ବେଳେ ସେ ଗାଁ ପାଖ ନାଳକୁ ଗାଧୋଇବା ପାଇଁ ଯାଉଥିଲେ। ଠିକ୍‌ ସେହି ସମୟରେ ନାଳର ଗାଧୁଆ ତୁଠରେ ଗୋଟିଏ ଦନ୍ତା ହାତୀ ପାଣି ପିଇବା ପାଇଁ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ ବର୍ଷା।

ଦନ୍ତା ହାତୀକୁ ଦେଖି ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଦୌଡ଼ିବା ବେଳେ ସେ ଆବୁଡ଼ା ଖାବୁଡା ରାସ୍ତାରେ ପଡ଼ିଯାଇଥିଲେ। ଯାହା ଫଳରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ଜନକ ରହିଛି।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe