Advertisment

ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଗାଁର ଆଉ କିଛି ଲୋକଙ୍କ ସହିତ ମିଶି ଗତକାଲି ରାତିରେ ଧାନ କ୍ଷେତ ଜଗିବାକୁ ଯାଇଥିଲେ।

author-image
Jitendra Garnayak
People

People

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଅଧୀନ ଗୁଣ୍ଡୁରୀବାଡ଼ି ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟୁନା ଗୌଡ଼ (୫୫)। ତାଙ୍କ ଘର ଗୁଣ୍ଡୁରୀବାଡ଼ି ଗାଁରେ।

Advertisment

ମୁଜାଗଡ଼ ରେଞ୍ଜରେ ୧୭ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ଗତକାଲି ରାତିରେ ଗୁଣ୍ଡୁରୀବାଡ଼ି ଗାଁ ଅଭିମୁଖେ ଆସିଥିଲେ। ଟୁନା ଓ ଗାଁର ଅନ୍ୟ କିଛି ଲୋକ ଗତକାଲି ରାତିରେ ମଧ୍ୟ ଧାନ କ୍ଷେତ ଜଗିବାକୁ ଯାଇଥିଲେ। ଧାନ କ୍ଷେତ ଜଗିଥିବା ବେଳେ ଟୁନାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବର୍ତ୍ତମାନ ଧାନ ଫସଲର ସୁରକ୍ଷା ନେଇ ଲୋକଙ୍କୁ ଚିନ୍ତା ଘାରିଛି। ଆଉ ହାତୀ ଆକ୍ରମଣରେ ଟୁନା ଗୌଡ଼ଙ୍କ ମୃତ୍ୟୁ ପରେ ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। କାରଣ କ୍ଷେତକୁ ଜଗିବାକୁ ଗଲେ ଜୀବନ ପ୍ରତି ବିପଦ ରହିଛି।

Advertisment

ରାଜ୍ୟରେ ଗତ ୫ ବର୍ଷରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ଜୀବନ ଯାଇଛି। ସେହିଭଳି ଏହି ସମୟ ମଧ୍ୟରେ ରାଜ୍ୟରେ ହାତୀ ୧୨୭ଟି ଗୃହପାଳିତ ପ୍ରାଣୀଙ୍କୁ ମାରିଥିବା ବେଳେ ୯୬୧୧ଟି ଘର ଭାଙ୍ଗିଛନ୍ତି ବୋଲି ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତଥ୍ୟ ଉପସ୍ଥାପନ କରିଥିଲେ। 

Elephant Attack