Advertisment

ଚାଷୀଙ୍କୁ ଦଳି ଦେଲା ଦନ୍ତା

ଆଜି ସନ୍ଧ୍ୟାରେ ସେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।

Elephant

Elephant

Advertisment

ଚାଷୀଙ୍କୁ ଦଳି ଦେଲା ଦନ୍ତା। ଘଟଣାସ୍ଥଳରେ ଚାଲିଗଲା ଜୀବନ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ କାଞ୍ଜିଆମ ଗାଁରେ ଘଟିଛି ଏହି ଘଟଣା।

Advertisment

ମୃତକଙ୍କ ନାଁ ଯାତ୍ରାକର ପ୍ରଧାନ। ତାଙ୍କୁ ୪୫ ବର୍ଷ ହୋଇଥିଲା। ଆଜି ସନ୍ଧ୍ୟାରେ ସେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରି ଥିଲା। ହାତୀ ତାଙ୍କୁ ଗୋଡ଼ରେ ଦଳି ଦେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୁଲିସ ସେଠାରେ ପହଞ୍ଚିଥିଲେ। ତେବେ ଘଟଣାସ୍ଥଳରେ ମୃତ ଯାତ୍ରାକରଙ୍କ ନିକଟରେ ବେଶ୍ କିଛି ସମୟ ଧରି ହାତୀଟି ଉପସ୍ଥିତ ରହିଥିଲା। ତେଣୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

Advertisment
Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe