Advertisment

ହାତୀ ଘଉଡ଼ାଇବାକୁ ଯାଇଥିଲେ କର୍ମଚାରୀ, ଟେକି କଚାଡ଼ି ଦେଲା

ହାତୀ ଉତ୍ପାତ ଅଭିଯୋଗ ପାଇ ଘଉଡ଼ାଇବାକୁ ଯାଇଥିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ମାତ୍ର ହାତୀକୁ ଘଉଡ଼ାଇବେ କ’ଣ ହାତୀ ସେମାନଙ୍କୁ ଗୋଡ଼ାଇଲା।

Elephants

Elephants

Advertisment

ହାତୀ ଉତ୍ପାତ ଅଭିଯୋଗ ପାଇ ଘଉଡ଼ାଇବାକୁ ଯାଇଥିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ମାତ୍ର ହାତୀକୁ ଘଉଡ଼ାଇବେ କ’ଣ ହାତୀ ସେମାନଙ୍କୁ ଗୋଡ଼ାଇଲା। ଏହାଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଜଣେ କର୍ମଚାରୀ । ହାତୀଟି ତାଙ୍କୁ ଟେକି କଚାଡ଼ିଦେଲା। ଫଳରେ ଅକାଳରେ ଚାଲିଗଲା ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ଜୀବନ।

Advertisment

ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ ।

କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେ ୭ ଟିକିଆ ହାତ ପଲ ବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଗତକାଲି ରାତିରେ ବନ ବିଭାଗ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ପହଞ୍ଚିଥିଲେ।

Advertisment

ସେମାନେ ହାତୀକୁ ଘଉଡାଉ ଥିବାବେଳେ ହଠାତ ଏକ ଦନ୍ତା ହାତୀ ଗୋଠରୁ ଅଲଗା ହୋଇ ବନକର୍ମଚାରୀଙ୍କୁ ଗୋଡ଼ାଇଥିଲା। ଏହାଦେଖି ସମସ୍ତ କର୍ମଚାରୀ ଦୌଡ଼ି ପଳାଇଥିବା ବେଳେ ବସନ୍ତ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।

ଦନ୍ତାଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଛି।

ବସନ୍ତ ଦୀର୍ଘ ଦିନ ହେବ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Keonjhar Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe